ବେତନଟୀ: ବୈଶିଙ୍ଗା ଓ ରୁପ୍ସା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଦୃଢ ସଂଗଠକ ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ପରିବାରକୁ ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଭେଟିଛନ୍ତି। ଶ୍ରୀ ପଟ୍ଟନାୟକ ଆଜି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଭଗବାନପୁର ଗ୍ରାମର ବାସଭବନରେ ପହଞ୍ଚି ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତିl
/filters:format(webp)/sambad/media/media_files/2025/07/18/5d4dff5d-b8b9-466a-92e4-811e87b7df5e-2025-07-18-21-48-51.jpg)
ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କ ସହିତ ସମାଜସେବୀ ସଞ୍ଜୟ କୁମାର ପାତ୍ର, ବିଜେଡିର ବରିଷ୍ଠ ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ସିଂ, ଲକ୍ଷ୍ମୀଧର ବାରିକ, ସ୍ଥାନୀୟ ସମ୍ବାଦ ଓ କନକ ନ୍ୟୁଜ୍ ପ୍ରତିନିଧି ଦୀପକ କୁମାର ସିଂହ, ରୁପ୍ସା ସମ୍ବାଦ ପ୍ରତିନିଧି ମାନସ ବେହେରା ପ୍ରମୁଖ ଶ୍ରୀ ମହାପାତ୍ରଙ୍କ ବାସଭବନରେ ଉପସ୍ଥିତ ହୋଇ ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ବିୟୋଗରେ ଗଭୀର ଦୁଃଖପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେl
ଏହି ଖବର ପଢ଼ନ୍ତୁ: ରୁପ୍ସା-ବାଙ୍ଗିରିପୋଷି ମେମୁ ଟ୍ରେନ୍ ଧକ୍କାରେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ
ସୂଚନାଯୋଗ୍ୟ, ସ୍ବର୍ଗତ ମହାପାତ୍ର ଅଞ୍ଚଳର ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ ଏବଂ ସମାଜର ଉନ୍ନତି କ୍ଷେତ୍ରରେ ତାଙ୍କର ବହୁ ଅବଦାନ ଥିବା ଉପସ୍ଥିତ ଅଞ୍ଚଳବାସୀ ମାନେ ପ୍ରକାଶ କରିଥିଲେ। ସ୍ବର୍ଗତ ମହାପାତ୍ର ରାଜ୍ୟ ଭିଏଲଡବ୍ଲୁ ସଂଘର ପୂର୍ବତନ ସମ୍ପାଦକ ଥିବା ସହ ବହୁ ଧାର୍ମିକ, ସାହିତ୍ୟିକ ଏବଂ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେl ଗତ ୧୦ ତାରିଖ ଅପରାହ୍ନରେ ଏକ ଟ୍ରେନ୍ ଧକ୍କାରେ ତାଙ୍କର ଦେହାନ୍ତ ହୋଇଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/18/e5560617-5667-4b01-9202-e53b7eaae24e-2025-07-18-21-48-51.jpg)