ରାଉରକେଲା: ବରିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଶନିବାର ଉଭୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲରେ ପୂର୍ବତଟ ରେଳବାଇ ଓ ଦେବଗଡ଼ ଏବଂ ଦ୍ବିତୀୟ ସେମିଫାଇନାଲରେ ସୁନ୍ଦରଗଡ଼ ଓ ଗାଙ୍ଗପୁର ହକି ଆସୋସିଏସନ ମୁହାଁମୁହିଁ ହେବେ।
ଶୁକ୍ରବାର ପ୍ରଥମ କ୍ବାର୍ଟରଫାଇନାଲ ଦୁଇ ହେବିୱେଟ୍ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ଓ ପୂର୍ବତଟ ରେଳବାଇ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ସାରା ଉତ୍କୃଷ୍ଟ ପ୍ରଦର୍ଶନକରି ପୂର୍ବତଟ ରେଳବାଇ ୪-୨ ଗୋଲ୍ ଜିତି ପ୍ରଥମ ଦଳଭାବେ ସେମିଫାଇନାଲ ପ୍ରବେଶ କରିଛି।
ସେହିଭଳି ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଦେବଗଡ଼ ସିଧାସଳଖ ୫-୦ ଗୋଲରେ କିଟ୍ ଓ କିସ୍କୁ ପରାସ୍ତ କରିଥିବାବେଳେ ସୁନ୍ଦରଗଡ଼ ୪-୨ ଗୋଲରେ ଓଡ଼ିଶା ପୁଲିସ ଏବଂ ଗାଙ୍ଗପୁର ହକି ଆସୋସିଏସନ ୪-୦ ଗୋଲରେ ଖୋର୍ଦ୍ଧାକୁ ପରାସ୍ତକରି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା।