ନବରଙ୍ଗପୁର: ଆଜି ପବିତ୍ର ଗୁରୁପୂର୍ଣ୍ଣିମାରେ ଗୁରୁ ସାଜି ପିଲାଙ୍କୁ ପାଠ ପଢ଼ାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆଜି ସେ ଭୁବନେଶ୍ବରରୁ ଉମରକୋଟ ଫେରିବା ସମୟରେ ନବରଙ୍ଗପୁରର ମୁଖ୍ୟରାସ୍ତାରେ ଥିବା ସହିଦ ଲକ୍ଷ୍ମଣ ନାୟକ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପଢ଼ୁଥିବା ପିଲାଙ୍କ ସହ କିଛି ସମୟ ଅତିବାହିତ କରି କିଭଳି ପାଠପଢ଼ା ଯାଉଛି ତାହାକୁ ପରଖିବା ସହ ନିଜେ ପଢ଼ାଇଥିଲେ। ତାଙ୍କ ସହ ବିଧାୟକ ଗୌରୀଶଙ୍କର ମାଝୀ ବି ଉପସ୍ଥିତ ଥିଲେ।
ପିଲାଙ୍କୁ ଗଣିତ ପଢ଼ାଇବା ସହ ସାଧାରଣଜ୍ଞାନ, ଇଂରାଜୀ ଆଦି ବିଷୟରେ ପଢ଼ାଇଥିଲେ। କିଛି ପିଲା ସମାନ ଉତ୍ତର ଦେଇଥିବା ବେଳେ କିଛି ପିଲା ଉତ୍ତର ଦେଇ ପାରିନଥିଲେ। ଏହାକୁ ନେଇ ସେ ଉପସ୍ଥିତ ଥିବା ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଉପରେ ବିଗିଡ଼ିଥିଲେ। ୩୩ଜଣ ପିଲା ବିଦ୍ୟାଳୟରେ ପଢ଼ୁଥିବା ବେଳେ ୨ଜଣ ଶିକ୍ଷୟତ୍ରୀ ରହିଛନ୍ତି। ସେଥିମଧ୍ୟରୁ ଜଣେ ଅନୁପସ୍ଥିତ ରହିଥିଲେ।
ତେବେ ସେ କାହିଁକି ଅନୁପସ୍ଥିତ ରହିଛନ୍ତି ବୋଲି ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରି ବୁଝିଥିଲେ। ରାଜ୍ୟ ସରକାର ସ୍କୁଲକୁ ପ୍ରାଥମିକତା ଦେଇ ନିପୁଣ ସହ ବିଭିନ୍ନ ଗୁଣାତ୍ମକ ଶିକ୍ଷା ଖେଳକୁଦ ମାଧ୍ୟମରେ ପ୍ରଦାନ କରିବାକୁ ଯୋଜନା କରିଛି ଏବଂ ପ୍ରଶିକ୍ଷଣ ସରିଛି। ପିଲାଙ୍କର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କର ମାନସିକ ଓ ବୈଦ୍ଧିକ ବିକାଶ ଉପରେ ସରକାର ଅଧିକା ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ।
Nityananda Ganda
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/10/nitya-2025-07-10-21-06-57.jpg)