ଧର୍ମଗଡ଼: କଳାହାଣ୍ଡିଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସମେତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଣେ ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ରହିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ନିତି ଶେଖର ଧର୍ମଗଡ଼ ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡର ରାଞ୍ଚି ଜିଲ୍ଲାର ତାହିର ଅନସାରୀ, ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ, ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍, ଅନୁଜ କୁମାର ଏବଂ ସମିମ ଅନସାରୀ। ଆଉ ଜଣେ ଡକାୟତ ଫେରାର ଅଛି।
ଧର୍ମଗଡ଼ ଦେଶୀ ମଦ ଭାଟିରୁ ଦୁଇ ତିନି ମାସ ତଳେ ବହିଷ୍କୃତ ହୋଇଥିବା ରାଞ୍ଚିର ଜଣେ ପୂର୍ବତନ କର୍ମଚାରୀ ଅନୁଜ କୁମାର ଏହି ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ଓ ସେ କିଛି ଦିନ ତଳେ ଧର୍ମଗଡ଼ ଆସି ଡ଼କାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ଆଇଜି ପ୍ରକାଶ କରିଛନ୍ତି। ତାଛଡା ଦେଶୀ ମଦଭାଟିରେ ଏତେ ପରିମାଣର ଟଙ୍କା କେଉଁଠୁଁ ଆସିଲା ତାହାର ତଦନ୍ତ ଆୟକର ଜରିଆରେ ହେବ ବୋଲି ମଧ୍ୟ ଆଇଜି ନୀତି ଶେଖର କହିଥିଲେ।
/sambad/media/media_files/2025/02/02/01c757d7-0d8b-40b2-bd39-58898cd6dc56.jpg)
ସୂଚନାଯୋଗ୍ୟ ଯେ ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇ ଜଣ ଡ଼କାୟତକୁ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରା ଓ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ଏସ.ଆଇ .ସନ୍ତୋଷ ସେଠୀ, ଏଏସ୍ଆଇ ଶ୍ରୀକାନ୍ତ କୋଲକା, ପ୍ରବୀଣ ରଥ, ରାଜ ଶେଖର ପାଡାଲ ଓ ବୀରେନ୍ଦ୍ର ପଣ୍ଡା ଗିରଫ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରିବାକୁ ସଫଳ ହୋଇଥିଲେ।
ସାମ୍ବାଦିକ ସମ୍ବିଳନୀରେ କଳାହାଣ୍ଡି ଏସ୍ପି ଅଭିଳାଷ ଜି, ସଦର ଏସଡିପିଓ ଆଦିନ୍ତ୍ୟ ବାବୁ ରାଓ, ଏସଡିପିଓ ମନୋଜ କୁମାର ବେହେରା, ଥାନା ଅଧିକାରୀ ଦାମୋଦର ବିହାରୀ ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ, ଜୟପାଟଣା ଆଇଆଇ ସି ଶେଷଦେବ ବେହେରାଙ୍କ ସମେତ ବହୁ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/02/49280d01-5c5b-4e70-98b0-8a7777dbb20e.jpg)