ସୁନ୍ଦରଗଡ଼: ଦର୍ଲିପାଲି ଏନଟିପିସି ସୁପର ଥର୍ମାଲ ପାୱାର ପ୍ଲାଣ୍ଟରେ ଶ୍ରମିକଙ୍କୁ ସିଆଇଏସ୍ଏଫ୍ ଯବାନଙ୍କ ମାଡ଼ ଅଭିଯୋଗ ହୋଇଛି। ଏଥିରେ ୮ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ସୁନ୍ଦରଗଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି। ଆହତ ଶ୍ରମିକମାନେ ହେଲେ ଲବ ଭୋଇ, ସୁମରା ମୁଣ୍ଡା, ମନସିର ନାଏକ, ହୃଷୀକେଶ ଖରସେଲ, ବିକାଶ ଗନ୍ଧା,ଈଶ୍ୱରୀ ପ୍ରସାଦ ମେହେର, ରଞ୍ଜନ ନାଏକ, ଭୀଷ୍ମ ଧ୍ରୁଆ।
ସୂଚନା ଅନୁସାରେ ଜଣେ ଯୁବକ କୁଆଡ଼େ ପ୍ଲାଣ୍ଟରୁ କିଛି ସାମାନ ଚୋରି କରିଥିବା ଅଭିଯୋଗରେ ୮ ଶ୍ରମିକଙ୍କୁ ପଚରାଉଚୁରା ବାହାନାରେ ଯବାନମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଦର୍ଲିପାଲି ଫାଣ୍ଡିରେ ଏତଲା ଦେଇଥିବା ଆହତ ଯୁବକମାନେ କହିଛନ୍ତି।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/19/new-project-29-2025-08-19-20-01-43.jpg)