ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ରେ ବୁଧବାର ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ରାଜ୍ୟ ସରକାର ୫ ବିଭାଗର ୮ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।
‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳୀରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ। ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳୀରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ।
ରାଜ୍ୟ ସରକାର ନିର୍ବାଚନୀମଣ୍ଡଳୀ ଅର୍ଥ ବ୍ୟବସ୍ଥା’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ବସ୍ରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ପାନିକ୍ ବଟନ ରହିବ। ବସ୍ରେ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ। ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ୫୦% ରିହାତି ମିଳିବ। ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦% ରିହାତିରେ ଯାତ୍ରା କରିପାରିବେ।
ରାଜ୍ୟ ସରକାର ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମକୁ ମଞ୍ଜୁରୀ ଦେଇଛନ୍ତି। ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରେ ନୂତନ ୧୧୩ ପଦବୀ ସୃଷ୍ଟି ହେବ।
CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/07/WvCsxeRafxytVnjeLnDg.jpg)