ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତସ୍ଥିତ ଇସ୍କାବନ୍ଧ ଗ୍ରାମରେ ଶନିବାର ବଜ୍ରପାତ ସହିତ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା। ଏହି ଗ୍ରାମରେ ବଜ୍ରପାତ ହେବା ଫଳରେ ଗାଈ ଚରାଇବାକୁ ଯାଇଥିବା ଜଣେ ଝିଅର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଝିଅ ଗୁୁରତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଝିଅ ହେଲେ ସରୋଜା ଦୁରୀ (୮) ଓ ଗୁରୁତର ଝିଅର ନାମ କଲେମୁ (୧୦)।
ଘଟଣା ଅନୁଯାୟୀ ଶନିବାର ଅପରାହ୍ନରେ ସରୋଜା ଓ କଲେମୁ ଗାଁ ପାଖ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ଜଙ୍ଗଲରୁ ଗାଁକୁ ଗୋରୁପଲ ନେଇ ଦୁଇ ଝିଅ ଫେରିବା ବେଳେ ରାସ୍ତାରେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ୨ ଜଣ ଗୁରୁତର ହୋଇଥିଲେ।
ଏହି ଖବର ପଢ଼ନ୍ତୁ: ଦଶାହ ତୁଠ, ଛେଳି ଗୁହାଳରେ ବଜ୍ରପାତ
ଗ୍ରାମବାସୀମାନେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ସରୋଜା ଦୁରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଛିନ୍ନମାକୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଚିତ୍ରକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)