ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା ଅଘଟଣl ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ପରେ ବାଲେଶ୍ୱର ସ୍ଥାନାନ୍ତରl ବାବା ଗଣେଶଙ୍କର ଆଜି ଗାଁରେ ବିସର୍ଜନ କରାଯାଉଥିଲା l ତେଣୁ ଗାଁର ପିଲାମାନେ ଭସାଣି ପାଇଁ ଗାଁ ପୋଖରୀକୁ ନେଇଥିଲେl
ସେଠାରେ ଭସାଣି ବେଳେ ପାଣିକୁ ଯାଇଥିବା ବେଳେ ଦୁଇ ଭାଇ ବୁଡ଼ିଯାଇଥିଲେl ସ୍ଥାନୀୟ ଲୋକେ ପୋଖରୀରୁ ଉଦ୍ଧାର କରି ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲ l କିନ୍ତୁ ସେଠାରେ ଡାକ୍ତର ବଡ଼ଭାଇକୁ ମୃତ ଘୋଷଣା କରିଥିଲେl ମୃତକ ହେଉଛନ୍ତି ଅରୁଣ ରାଉତଙ୍କ ବଡ଼ପୁଅ ପ୍ରତ୍ୟୁଷ ରଞ୍ଜନ ରାଉତ ଓ ଗୁରୁତର ଥିବା ସାନଭାଇ ହେଉଛନ୍ତି ତାଙ୍କର ଦାଦା ଗଜେନ୍ଦ୍ର ରାଉତଙ୍କ ପୁଅ ସତ୍ୟଜିତ ରାଉତ l ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ l ତେବେ ଏହାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/GOu8p3wtxdxa8xfBYajw.jpg)