ବାଲେଶ୍ୱର: ଗିଜର ମରାମତି ବେଳେ ଅବହେଳା କାରଣରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅରଡ଼ବଜାର ନିକଟ ହରିପୁର ଗ୍ରାମରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ଅଚ୍ୟୁତ ବେହେରା। 

Advertisment

ସୂଚନା ଅନୁସାରେ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଅଞ୍ଚଳର ଯୁବକ ଅଚ୍ୟୁତ ବେହେରା ଗିଜର ସଜାଡ଼ିବାକୁ ଅରଡ଼ବଜାର ନିକଟ ହରିପରୁ ଗ୍ରାମକୁ ଯାଇଥିଲେ। ସେ ଏକ ଘରେ ବିଦ୍ୟୁତ ସଜାଡୁଥିବା ବେଳେ ଆଘାତର ଶିକାର ହୋଇଥିଲେ। ଏହି ଘଟଣା ନେଇ ଉଭୟ ହରିପୁର ଓ ସାର୍ଥା ଗାଁରେ ଶୋକର ଛାୟା ଖେଳିଯାଇଛି।