କୁଆରମୁଣ୍ଡା: ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଲୋଡୋସେରା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍ ଆଣ୍ଡ ପାଇପ୍ କାରଖାନାରେ ଗୁରୁବାର ପୂର୍ବାହ୍ନରେ କାମ କରୁଥିଲାବେଳେ ଜଣେ ଫିଟରଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ଅଞ୍ଚଳର ରାହୁଲ(୨୨)। ଏ ନେଇ କୁଆରମୁଣ୍ଡା ଅଞ୍ଚଳରେ ଭଡ଼ାରେ ରହୁଥିବା ମୃତକଙ୍କ ବାପା କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର କୁଆରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଶବ ଜବତ କରିବା ସହ ଏକ ମାମଲା (୦୨/୨୫) ରୁଜୁ କରିଛନ୍ତି। ଶବ ବ୍ୟବଚ୍ଛେଦ କରାଇ ପୁଲିସ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
ରୋଲିଂ ମିଲ୍ରେ ଚାପି ହୋଇ ଫିଟରଙ୍କ ମୃତ୍ୟୁ
୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଲୋଡୋସେରା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍ ଆଣ୍ଡ ପାଇପ୍ କାରଖାନାରେ ଗୁରୁବାର ପୂର୍ବାହ୍ନରେ କାମ କରୁଥିଲାବେଳେ ଜଣେ ଫିଟରଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ଅଞ୍ଚଳର ରାହୁଲ(୨୨)।
/sambad/media/post_attachments/wp-content/uploads/2023/06/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)