ବାରଙ୍ଗ: ଗତକାଲି ଠାରୁ ଦାରୁଠେଙ୍ଗ ଭୂଆଶୁଣି ଡମ୍ପିଙ୍ଗ ୟାର୍ଡ ପାଖରେ ଚିକିତ୍ସାଧୀନ ଥିବା ମାକନା ହାତୀର ମୃତ୍ୟୁ ହୋଇଛି।  କର୍ମଚାରୀମାନଙ୍କ ଠାରୁ ହାତୀ ମୃତ୍ୟୁର ସୂଚ଼ନା ପାଇ ଚ଼ନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ, ଏସିଏଫ ସଂଗ୍ରାମ କେଶରୀ ମହାନ୍ତି ଓ ରେଞ୍ଜ ଅଫିସର ଉତ୍ତମ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଲାଗି ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ସହାୟତା ଲୋଡା ଯାଇଛି। ଓୟୁଏଟିର ଡାକ୍ତରୀ ଦଳ ଆସି ଶବ ବ୍ୟବଚ୍ଛେଦ କରୁଛନ୍ତି। ହାତୀର ପାଟି ଭିତରୁ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ କରି ରକ୍ତ ଓ ଟିସୁର ନମୂନା ସଂଗ୍ରହ କରି ପରିକ୍ଷା କରାଯିବା ପରେ ମୃତ୍ୟୁ ପ୍ରକୃତ କାରଣ କଣ ଜଣା ପଡିବ।

Advertisment

ହାତୀର ସ୍ଵାସ୍ଥ୍ୟ ଯାଞ୍ଚ କରିଥିଲେ ଓୟୁଏଟିର ବିଶେଷଜ୍ଞ

ସୂଚନାଯୋଗ୍ୟ ଶୁକ୍ରବାର ସକାଳେ ଚନ୍ଦକା ଜଙ୍ଗଲର ୨୨ ବର୍ଷୀୟ ମାକନା ହାତୀଟି ଗୁରୁତର ହୋଇ ପଡିରହି ଥିବା ସ୍ଥାନୀୟ ଲୋକ ଦେଇବାକୁ ପାଇଥିଲେ। ଚନ୍ଦକା ବନାଞ୍ଚଳ ଅଧିକାରୀ (ରେଞ୍ଜର) ଉତ୍ତମ ସାହୁଙ୍କୁ ସୂଚ଼ନା ଦେଇଥିଲେ। ବନାଞ୍ଚଳ କର୍ମଚାରୀମାନେ ଆସି ଅନୁଧ୍ୟାନ କରିବା ପରେ ଓୟୁଏଟି ଓ ନନ୍ଦନକାନନ ଚିକିତ୍ସା ବିଭାର ସାହାୟତା ଲୋଡା ଯାଇଥିଲା। ହାତୀର ସ୍ଵାସ୍ଥ୍ୟ ଯାଞ୍ଚ କରିଥିଲେ ଓୟୁଏଟିର ବିଶେଷଜ୍ଞ ଡାକ୍ତର ଆଦିତ୍ୟ ଆଚାର୍ଯ୍ୟ ତାଙ୍କ ଦଳ ସହିତ ଓ ନନ୍ଦନକାନନର ବରିଷ୍ଟ ଚିକିତ୍ସକ ଡକ୍ଟର ଶରତ ଚନ୍ଦ୍ର ମିଶ୍ର ତାଙ୍କ କର୍ମଚାରୀ ଦଳ। ହାତୀ ପାଟି ଭିତରେ ଆଘାତ ଲାଗି କ୍ଷତ ହୋଇଥିବାର ଦେଖିବାକୁ ପାଇଥିଲେ। କୌଣସି ପ୍ରକାର ବିସ୍ଫୋରକ ଚୋବାଇ ଦେଇଥିବାରୁ ପାଟି ଭିତରେ କ୍ଷତ ହୋଇଥିବା ଅନୁମାନ କରିଥିଲେ ଡାକ୍ତରୀ ଦଳ। ହାତୀକୁ ସାଲାଇନ୍ ଓ ଆଣ୍ଟିସେଫଟିକ ଦେଇ ଚିକିତ୍ସା କରିଥିଲେ। ଚିକିତ୍ସା ହେବା ପରେ ତଳେ ଶୋଇ ରହିଥିବା ହାତୀ ଛିଡା ହୋଇଥିଲା ଓ କିଛି ବାଟ ଧୀରେ ଧୀରେ ଚାଲିଥିଲା|

ଆହୁରି ପଢ଼ନ୍ତୁ: Akshay Mohanty's 'Naagin': ଜାଣନ୍ତି କି? ଅକ୍ଷୟ ମହାନ୍ତିଙ୍କ ‘ନାଗିନ୍’

ଆହୁରି ପଢ଼ନ୍ତୁ: Student Residential School Pregnant: ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ