ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ନଂ ୱାର୍ଡର ରେଟୁଡ଼ି ଗ୍ରାମରେ ପୁଣି ହାତୀପଲଙ୍କ ଉପଦ୍ରଵ ଦେଖିବାକୁ ମିଳୁଛି। କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ହାତୀ ରେଟୁଡ଼ି ଗ୍ରାମରେ ପଶି ଧାନ ବିଲ ନଷ୍ଟ କରିଥିବା ଚାଷୀମାନେ ସୂଚନା ଦେଇଛନ୍ତି। ଏହି ହାତୀପଲ ପ୍ରାୟ ରାତି ୧୧ଘଣ୍ଟା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ଉପଦ୍ରବ କରିବା ସହ ନିମିର ପ୍ରଧାନଙ୍କ ମିଲ ଘର ମଧ୍ୟ ଭାଙ୍ଗି ଥିବା କହିଛନ୍ତି ଗ୍ରାମବାସୀ।
/sambad/media/media_files/img-20240915-wa0004.jpg)
ବିଳମ୍ବିତ ରାତ୍ରିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ହାତୀ ରେଟୁଡ଼ି ଗ୍ରାମରେ ପଶି ଧାନ ବିଲ ନଷ୍ଟ କରିଥିବା ଚାଷୀମାନେ ସୂଚନା ଦେଇଛନ୍ତି। ଏହି ହାତୀପଲ ପ୍ରାୟ ରାତି ୧୧ଘଣ୍ଟା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ଉପଦ୍ରବ କରିବା ସହ ନିମିର ପ୍ରଧାନଙ୍କ ମିଲ ଘର ମଧ୍ୟ ଭାଙ୍ଗି ଥିବା କହିଛନ୍ତି ଗ୍ରାମବାସୀ।
କିଛି ମାସ ପୂର୍ବେ ହାତୀପଲ ଏହି ଅଞ୍ଚଳ. ଓ ଘୁ.ଉଦୟଗିରି ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ଧରି ଉପଦ୍ରଵ କରିବା ସହ ଘର ଭାଙ୍ଗି ଥିଲେ। ଏଥି ପାଇଁ ଅଂଚଳର ବାସିନ୍ଧା ଭୟଭୀତ ହେବା ସହ ନିଜର ଭିତମାଟି ଛାଡ଼ି ଅନ୍ୟତ୍ର ମଧ୍ୟ ଚାଲି ଯାଇଥିଲେ। ଶନିବାର ହାତୀପଲର ଉପଦ୍ରଵରେ ଅଞ୍ଚଳବାସୀ ଭୟଭୀତ ଥିବା କହିଛନ୍ତି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ଧନଜୀବନକୁ ସୁରକ୍ଷା ପ୍ରଦାନ ପାଇଁ ଶିକରା ମଳିକ, ପବିତ୍ର ମଳିକ, ଜଗନ୍ନାଥ ମଳିକ, ଗୁମୁରା ସାହୁ, ସରୋଜ ପ୍ରଧାନଙ୍କ ସମେତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/img-20240915-wa0007.jpg)