କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ପଞ୍ଚାୟତର ବଡ଼ଗାଁ ବନାଞ୍ଚଳର କୁଇଲସର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ମଧ୍ୟରାତିରେ ଏକ ଦନ୍ତା ହାତୀ ପ୍ରବେଶ କରି ଭୟଙ୍କର ଉପଦ୍ରବ ସୃଷ୍ଟି କରିଛି। ନୂଆବର୍ଷ ଉପଲକ୍ଷେ ବିଦ୍ୟାଳୟ ଛୁଟି ଥିବା ସମୟରେ ଏହି ଘଟଣା ଘଟିଛି।

Advertisment

ଆହୁରି ପଢ଼ନ୍ତୁ: Ex Mla Nilagiri Akshyaya Acharchya No More ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ

ପାଚେରୀକବାଟଭାଙ୍ଗିଲାଦନ୍ତା

ନୂଆବର୍ଷ ଦିନ ରାତିରେ ଦନ୍ତାଟି ପ୍ରଥମେ ବିଦ୍ୟାଳୟର ପାଚେରୀ ଭାଙ୍ଗି ପ୍ରାଙ୍ଗଣକୁ ପଶିଥିଲା। ପରେ ଏକ ଶ୍ରେଣୀକକ୍ଷର କବାଟ ଭାଙ୍ଗିଥିଲେ ମଧ୍ୟ ସେଠାରେ କିଛି ଖାଦ୍ୟ ନମିଳିବାରୁ ଗୋଦାମ ଓ ପରେ ରୋଷେଇ ଘରକୁ ଯାଇଥିଲା। ରୋଷେଇ ଘରର କବାଟ ଭାଙ୍ଗି ଦନ୍ତାଟି ୩ ବସ୍ତା ଚାଉଳ ଖାଇବା ସହ ବାକି ଚାଉଳକୁ ଦଳିମକଚି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏହା ସହ ବିଦ୍ୟାଳୟ ପାଖରେ ଥିବା ବଗିଚାର କଦଳୀ ଗଛ ଓ ଫଳିଥିବା କଦଳୀକୁ ଦନ୍ତାଟି ଖାଇ ଦଳିମକଚି ଭାଙ୍ଗିଦେଇଥିବା ଜଣାପଡ଼ିଛି। ଆଜି ସକାଳେ ବିଦ୍ୟାଳୟ ଖୋଲିବାକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ଭୟାବହ ଦୃଶ୍ୟ ଦେଖି ଆତଙ୍କିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: Deoranjan Kumar Singh Takes Charge ଉନ୍ନୟନ କମିସନର ଭାବେ ଦାୟିତ୍ବ ଗ୍ରହଣ କଲେ ଦେଓରଞ୍ଜନ କୁମାର ସିଂହ

ଘଟଣା ବିଷୟରେ ସୂଚନା ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିପୂରଣ ପ୍ରଦାନ କରାଯିବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦାବି କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀମାନଙ୍କ ମଧ୍ୟରେ ହାତୀ ଆତଙ୍କ ପୁନର୍ବାର ବଢ଼ିଥିବା ବେଳେ ବର୍ତ୍ତମାନ ଦନ୍ତାଟି ନୂଆଗାଁ ଜଙ୍ଗଲରେ ଥିବା ଜଣାପଡ଼ିଛି।