ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ତଳସିରା ଗାଁରେ ବିଦ୍ୟୁତ୍ ଲଗାଇ ହାତୀ ଶିକାର ହୋଇଛି। ବାଡ଼ି ପଟକୁ ଫସଲ ଖାଇବାକୁ ଆସିଥିବା ହାତୀକୁ କରେଣ୍ଟ ଦେଇ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ବନ ବିଭାଗ ତଳସିରା ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ତଳସିରା ଗାଁ ନିକଟରେ ସପ୍ତାହେ ହେଲା ହାତୀ ଉପଦ୍ରଵ ଲାଗିରହିଛି। ହାତୀ ଘର ବାଡ଼ିରେ ପଶି ବ୍ୟାପକ କ୍ଷତି କରୁଛି। ତେବେ ଗାଁର ରଞ୍ଜନ ସାହୁ (୫୫) ଗତକାଲି ବିଳମ୍ବିତ ରାତିରେ ଘର ଭିତରୁ ବାଡି଼କୁ ବିଦ୍ୟୁତ ତାର ବିଛାଇ ଥିଲେ। ରାତିରେ ଏକ ଦନ୍ତା ହାତୀ ରଞ୍ଜନଙ୍କ ଘର ବାଡି଼କୁ ଆସିଥିବା ବେଳେ ଏହି ତାରରେ ଲାଗି ହାତୀର ଜୀବନ ଯାଇଥିଲା। ବନ ବିଭାଗ ଖବର ପାଇ ସଙ୍ଗେସଙ୍ଗେ ରଞ୍ଜନଙ୍କୁ ଘରୁ ଗିରଫ କରିଛି।
ସୂଚନା ମୁତାବକ, ତଳସିରା ଗାଁ ନିକଟରେ ସପ୍ତାହେ ହେଲା ହାତୀ ଉପଦ୍ରଵ ଲାଗିରହିଛି। ହାତୀ ଘର ବାଡ଼ିରେ ପଶି ବ୍ୟାପକ କ୍ଷତି କରୁଛି। ତେବେ ଗାଁର ରଞ୍ଜନ ସାହୁ (୫୫) ଗତକାଲି ବିଳମ୍ବିତ ରାତିରେ ଘର ଭିତରୁ ବାଡି଼କୁ ବିଦ୍ୟୁତ ତାର ବିଛାଇ ଥିଲେ। ରାତିରେ ଏକ ଦନ୍ତା ହାତୀ ରଞ୍ଜନଙ୍କ ଘର ବାଡି଼କୁ ଆସିଥିବା ବେଳେ ଏହି ତାରରେ ଲାଗି ହାତୀର ଜୀବନ ଯାଇଥିଲା। ବନ ବିଭାଗ ଖବର ପାଇ ସଙ୍ଗେସଙ୍ଗେ ରଞ୍ଜନଙ୍କୁ ଘରୁ ଗିରଫ କରିଛି। ସେପଟେ ଏପର୍ଯ୍ୟନ୍ତ ହାତୀର ବ୍ୟବଚ୍ଛେଦ ହୋଇନାହିଁ ବରିଷ୍ଠ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି।
elephant
/sambad/media/agency_attachments/2024-07-24t043029592z-sambad-original.webp)