ଲାଞ୍ଜିଗଡ଼: କଳାହାଣ୍ଡିଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନରେ ହାତୀ ଉପଦ୍ରବରେ ବୃଦ୍ଧ ଦମ୍ପତିଙ୍କ ପ୍ରାଣହାନି ଘଟିଛି। ଲାଖବାହାଲି ପଞ୍ଚାୟତ କାଦୋମାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୁଗାନା ମାଝୀ (୬୫) ଓ ଗାଦ ମାଝୀ(୬୨)।
ମୁଗାନା ମାଝୀ ଓ ଗାଦ ମାଝୀ ରାତିରେ ଘରେ ଶୋଇଥିବା ବେଳେ ଏକ ହାତୀ ହଠାତ୍ ଘର ପାଖରେ ପହଞ୍ଚି ଗର୍ଜନ କରିଥିଲା। ହାତୀଟି ଆସି ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ଘରେ ଥିବା କିଛି ସଦସ୍ୟ ଦୌଡ଼ି ପଳାଇ ଯାଇଥିଲେ। ହେଲେ ବୃଦ୍ଧ ଦମ୍ପତି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଉଭୟଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏଣେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। ତେଣେ କ୍ଷତିପୂରଣ ଦାବି କରିଛନ୍ତି ପରିବାରଲୋକ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)