ଅନୁଗୁଳ: ଅନୁଗୁଳରେ ପୁଣି ହାତୀ ନେଇଛି ଜୀବନ। ଅନୁଗୁଳ ବନାଞ୍ଚଳ ଶଙ୍ଖପୁର ଗାଁରେ ଘଟିଛି ଅଘଟଣ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ଶଙ୍ଖପୁର ଗାଁର ଇଛା ଦେହୁରୀ (୭୨)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଆଜି ସକାଳୁ ସେ ଘର ପଛ ପାର୍ଶ୍ୱକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଟାଣି ନେଇ ଦଳି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ: Fadnavis Arrest Plot: ମୋତେ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା: ଉଦ୍ଧବଙ୍କ ବିରୋଧରେ ତଥ୍ୟ ସମ୍ବଳିତ ଅଭିଯୋଗ ଆଣିଲେ ଫଡନାଭିସ୍
୧୪ ଦିନରେ ୩ଜଣଙ୍କ ଜୀବନ ଯାଇଛି
ତେବେ ଗତକାଲି ରାତିରେ ସେହି ଅଞ୍ଚଳରେ ୩୨ଟିକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ଏକ ଦନ୍ତା ହାତୀ ଗୋଠ ଛଡ଼ା ହୋଇ ଗାଁରେ ରହିଯାଇଥିଲା। ସେପଟେ ଅନୁଗୁଳ ବନାଞ୍ଚଳରେ ହାତୀ ଆକ୍ରମଣରେ ୧୪ ଦିନରେ ୩ଜଣଙ୍କ ଜୀବନ ଯାଇଛି। ଏନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖା ଯାଉଛି।
ଆହୁରି ପଢ଼ନ୍ତୁ: Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/11/06/elephant-2025-11-06-18-13-41.jpg)