ଭଞ୍ଜନଗର: ଗଞ୍ଜାମଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ବେଲାଟୁଣ ଗ୍ରାମର ବିକ୍ରମ ନାୟକଙ୍କୁ (୪୦)ଙ୍କୁ ଶୁକ୍ରବାର ରାତିରେ ହାତୀ ଘରୁ ଘୋଷାଡ଼ି ଆଣି ବିଲରେ ଦଳି ଚକଟି ମାରିଦେଇ ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ଭୟର ବାତାବରଣ ଖେଳିଯାଇଛି।
ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି ଏସିଏଫ
ବିକ୍ରମ ଗ୍ରାମ ନିକଟରେ ବିଲମାଳରେ ଥିବା ଏକ କୁଡ଼ିଆ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ହାତୀ ଟାଣି ନେଇ ଆକ୍ରମଣ କରିବା ସହ ଦାନ୍ତ କିମ୍ବା ପାଦରେ ଦଳି ଦେବା ଯୋଗୁ ଅନ୍ତପୁଟା ବାହାର କରିଦେଇଥିଲେ। ସକାଳୁ ବିଲରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିବା ପରେ ପରିବାର ଓ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏସିଏଫ ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ ବନ ବିଭାଗ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି।ସରକାରଙ୍କ ନୀତି ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।
ପ୍ରକାଶ ଥାଉକି, ଏକ ୨୬ ଟିକିଆ ହାତୀପଲ ଗତକାଲି ରାତିରେ ମୁଜାଗଡ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି କରିଥିଲେ। ଏହି ପଲରୁ ଗୋଟିଏ କିମ୍ବା ଦୁଇଟି ହାତୀ ବେଲାଟୁଣ ଅଞ୍ଚଳ ଆଡ଼େ ଯାଇ ଫସଲ କ୍ଷତି କରିଥିବା ବନ ବିଭାଗ ଅନୁମାନ କରୁଛି। ଏହି ସମୟରେ ହାତୀପଲ ବିକ୍ରମ ନାୟକଙ୍କୁ ଘରୁ ଘୋଷାଡ଼ି ଆଣି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ:Murder Shop owner ପାନଦୋକାନୀଙ୍କୁ ବୀଭତ୍ସ ହତ୍ୟା: ଘଟଣାସ୍ଥଳରୁ ଦକ୍ଷିଣୀ କଟୁରି ଜବତ, ପୂର୍ବ ଶତ୍ରୁତା ସନ୍ଦେହ
Elephant | death
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/25/elephant-kills-man-2025-10-25-10-20-48.png)