ବାରିପଦା: ଶେଷରେ ବନ ବିଭାଗ ୪ଟି ଜୀବନ ନେଇଥିବା ନରହନ୍ତା ଦନ୍ତାକୁ  ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ଟ୍ରାଙ୍କୁଲାଇଜ୍ କରିଛି। ଏହାକୁ ଢେଙ୍କାନାଳ ଜିଲ୍ଲା କପିଳାସ ନିକଟରେ ଛନାଯିବ ଓ ତାର ପରୀକ୍ଷଣ କରାଯିବା ନେଇ ସୂଚନା ଦେଇଛି ବନ ବିଭାଗ।
ଟ୍ରାଙ୍କୁଲାଇଜ୍ ପରେ ମଧ୍ୟ ହାତୀଟି ଜଙ୍ଗଲ ମଧ୍ୟରେ କିଛି ଦୁରକୁ ଚାଲିଯାଇଥିଲା। ଦୀର୍ଘ ୫-୬ ଘଣ୍ଟାର ଅପରେସନ୍ ପରେ ଦନ୍ତାକୁ  ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତରିତ କରିବାରେ ସଫଳ ହେଲା ବନବିଭାଗ। ଟ୍ରାଙ୍କୁଲାଇଜ୍ ପରେ ହାତୀଟି ସମ୍ପୂର୍ଣ୍ଣ ବେହୋସ ହେବାର କିଛି ସମୟ ପରେ ପ୍ରଥମେ ହାତୀ ମୁହଁରେ କପଡା ଘୋଡାଇ ବଡ଼ ବଡ଼ ଜଞ୍ଜିର, ଦଉଡ଼ି ଓ ବେଲ୍ଟ ସାହାଯ୍ୟରେ ବନ୍ଧାଯାଇଥିଲା। ଏହାପରେ ହାଇୱାରେ ଜରିଆରେ ଏକ ସୁରକ୍ଷିତ ସ୍ଥାନକୁ ହାତୀକୁ ନେଇଯାଇଥିବା ଜଣାପିଡ଼ିଛି। ଏଲିଫାଣ୍ଟ ଅପରେସନରେ ବନବିଭାଗର ଅନେକ ଉପରିସ୍ଥ ଅଧିକାରୀଙ୍କ ସହିତ ଅନେକ ବନ କର୍ମଚାରୀ, ଆସାମର ତାଲିମ ପ୍ରାପ୍ତ ମାହୁନ୍ତ ଓ ଅନେକ ଗଜସାଥୀ ଯୋଗ ଦେଇଥିଲେ।