ଘୁ.ଉଦୟଗିରି: ଲଗାତର ତିନିମାସ ହେଲା କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଯାଇଛି। ଦୁଇଦନ୍ତା ଏଠାରେ ରହି ଫସଲ ସମେତ ଘରଦ୍ବାର ନଷ୍ଟ କରିବା ସହ ମଣିଷ ଓ ଗୃହପାଳିତ ପଶୁକୁ ଆକ୍ରମଣ କରୁଛନ୍ତି। ଏପରିକି ତିନିମାସରେ ତିନିଜଣଙ୍କ ଜୀବନ ଯାଇଥିବା ବେଳେ ଦୁଇ ଗାଈକୁ ଦଳି ମାରି ଦେଇଛନ୍ତ ହାତୀ।
ପ୍ରତିବର୍ଷ ଆମ୍ବ ପଣସ ଓ କଦଳୀ ଲୋଭରେ ପଡ଼ି ଘୁମୁସର ବନାଞ୍ଚଳରୁ ହାତୀପଲ ଆସୁଥିବା ବେଳେ ଏହି ସମୟରେ ନିଜ ଆବସସ୍ଥଳକୁ ପୁଣି ଫେରି ଯାଇଥାନ୍ତି। ହେଲେ ଚଳିତବର୍ଷ ଦୁଇ ଦନ୍ତା ଘୁ.ଉଦୟଗିରି ଅଞ୍ଚଳରେ ରହି ଉପଦ୍ରବ ସୃଷ୍ଟି କରୁଛନ୍ତି। ଏପରକି ସଞ୍ଜ ନଇଁଲେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ମାସକ ତଳେ ରାତିରେ ଘୁ.ଉଦୟଗିରି ଏନ୍ଏସିରେ ମଧ୍ୟ ପ୍ରବେଶ କରି ଘୁରି ବୁଲୁଥିବାର ସିସିଟିଭି ଫୁଟେଜ ଧରାପଡ଼ିଥିଲା। ସହରରରେ ହାତୀ ପ୍ରବେଶ କରିଥିବା ଦେଖି ଲୋକେ ଭୟଭୀତ ହୋଇଥିବା ବେଳେ ଲୋକେ ତୁରନ୍ତ ହାତୀକୁ ଘଉଡାଇବାକୁ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ଘଟଣାକୁ ହଲକା ଭାବେ ଧରି ନେଇଥିଲା। ହାତୀ ଆପେଆପେ ନିଜ ଆବାସସ୍ଥଳକୁ ଫେରିଯିବ ଭାବି ନିରବ ରହିଥିବା ବେଳେ ସପ୍ତାରହକ ମଧ୍ୟରେ ମତ୍ତ ଦନ୍ତା ଦୁଇ ମଣିଷ ଓ ଦୁଇ ଗାଟଈକୁ ମାରିଦେଇଛି।
ସବୁଠୁ ବଡ଼ କଥା ହେଲା ଘୁ.ଉଦୟଗିରି ବନାଞ୍ଚଳ ଅଧୀନରେ କଳିଙ୍ଗା ଘୁ.ଉଦୟଗିରି ଏବଂ ପାବୁରିଆ ସେକ୍ସନ ଥିବା ବେଳେ ଏହି ସବୁ ସେକ୍ସନରେ ମାତ୍ର ହାତଗଣତି କର୍ମଚାରୀ ନିୟୋଜିତ ଅଛନ୍ତି। ବିସ୍ତୀର୍ଣ୍ଣ ଜଙ୍ଗଲ ପୁଣି ଘଞ୍ଚ ଜଙ୍ଗଲ ରହିଥିବା ଘୁ.ଉଦୟଗିରି ସେକ୍ସନରେ ମାତ୍ର ଜଣେ ବନପାଳ ଏବଂ ଜଣେ ବନରକ୍ଷୀ କାର୍ଯ୍ୟରତ ଥିବା ବେଳେ କଳିଙ୍ଗାରେ ବି ଜଣେ ବନପାଳ ଏବଂ ଦୁଇ ଜଣ ବନରକ୍ଷୀ ଅଛନ୍ତି। ବ୍ୟାପକ ଜଙ୍ଗଲ ଜଣେ ଦୁଇ ଜଣ କର୍ମଚାରୀରେ କିଭଳି ଜଙ୍ଗଲ ସୁରକ୍ଷା କରିବେ ପ୍ରଶ୍ନ ଉଠୁଥିବା ବେଳେ ଏହି ହାତଗଣତି ବନ ବିଭାଗ କର୍ମଚାରୀ ହାତୀ ଉପଦ୍ରବରୁ ଲୋକଙ୍କୁ କେତେ ସୁରକ୍ଷା ଯୋଗାଇପାରିବେ, ତାହା ପ୍ରଶ୍ନବାଚୀ ହୋଇଛି।
ଏହି ଅଞ୍ଚଳରେ ଦୀର୍ଘ ମାସ ଧରି ହାତୀ ଉପଦ୍ରବ ଚଲେଇବା ସହ ବ୍ୟାପକ ଫସଲ କ୍ଷତି କରିବା ଘରଦ୍ୱାର,ଗାଈବଳଦଙ୍କୁ ମାରିବା ସହ ଏବେ ହିଂସ୍ର ହୋଇ ମଣିଷକୁ ମାରିବା ପରେ ମଧ୍ୟ ବନବିଭାଗ ଉପର ଅଧିକାରୀ ଚେତିନଥିଲେ।ଅଞ୍ଚଳବାସୀ ରାଜରାସ୍ତା କୁ ଓହ୍ଲେଇବା ସହ ମୃତକଙ୍କ ଶବକୁ ବନାଞ୍ଚଳ କାର୍ଯ୍ୟାଳୟ ରେ ରଖି ପ୍ରତିବାଦ କରିବା ପରେ ବନବିଭାଗ ଉପର ଅଧିକାରୀ ଚେତିଛନ୍ତି। ଏବେ ବନବିଭାଗର ତିନି ଟିମ୍ ଓ ରାପିଡ୍ ରେସପନ୍ସ ହାତୀ ଘଉଡାଇବାରେ ସାମିଲ ହୋଇଥିଲେ ବି ଏହି ଅଞ୍ଚଳରେ ହାତୀଙ୍କ ଗତିବିଧି ଜାରି ରହିଛି।ଗତକାଲି ରାତିରେ ଫୁଲବାଣୀ ଡିଏଫଓ ପ୍ରତାପ କାଟାପାଲି ଙ୍କ ନେତୃତ୍ୱରେ ଫୁଲବାଣୀ ଜିଲ୍ଲାର ପ୍ରାୟ ସମସ୍ତ ବନାଞ୍ଚଳ ର ବନାଧିକାରୀଙ୍କ ସମେତ ଦୁଇ ଏସିଏଫ ତିନିଗୋଟି ଟିମ ସାରା ରାତି ବିଭିନ୍ନ ଜଙ୍ଗଲ ରେ ଦ୍ରୋନ କ୍ୟାମେରାରେ ହାତୀର ଗତିବିଧି ଉପରେ ନଜର ରଖି ସାରା ରାତି ଉଜାଗର ରହିଛନ୍ତି ସମସ୍ତ ଵିଭାଗୀୟ ଅଧିକାରୀ ଏବଂ କର୍ମଚାରୀ।
Kandhamal