ଭୁବନେଶ୍ବର: ଆଉ ନାହାନ୍ତି ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ମଜୁମ୍ଦାର୍ଭୁବନେଶ୍ବର ଏମ୍ସ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ସକାଳ ୯ଟା ୨ ମିନିଟ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତିମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲାଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସେପ୍ଟେମ୍ବରରୁ ଚିକିତ୍ସିତ ହେଉଥିଲେ ଅଭିଜିତପ୍ରଥମେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ମାତ୍ର ପରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା

Advertisment

ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଥିଲା ଏବଂ ଅଭିଜିତ ମଜୁମଦାରଙ୍କ ସାଥିରେ ଆସିଥିବା ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ସୂଚନା ଦେଇ କହିଥିଲେ ଯେ- ଅଭିଜିତ ଗୁରୁତର ଥିଲେ କିନ୍ତୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା

ଆହୁରି ପଢ଼ନ୍ତୁ Operation Gorakhya: ଅପରେସନ୍‌ ଗୋରକ୍ଷା: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ଠାବ ହେଲାଣି ୪ କୋଟି ୪୦ ଲକ୍ଷ ଟଙ୍କା

କାଶିଆ କପିଳା’ ସିନେମା ଜରିଆରେ ସିନେ ସଂଗୀତ ଯାତ୍ରା ଆରମ୍ଭ

ଉଲ୍ଲେଖଯୋଗ୍ୟ, ସେ କ୍ୟାସେଟ୍ ରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେହେଲେ ୨୦୦୦ ମସିହାରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ କାଶିଆ କପିଳାସିନେମା ଜରିଆରେ ନିଜର ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଧ୍ବ ଆଲବମ୍ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତିତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ଟ୍ବିଙ୍କ୍ଲ ଲିଟିଲ୍ଷ୍ଟାର୍‌’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଢ ମାର୍କାତାଙ୍କର ଅନେକ ଆଇଟମ୍ ଗୀତ ରହିଛି; ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛିତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋଗୀତରେ ସେ ନିଜେ କଣ୍ଠଦାନ ମଧ୍ୟ କରିଛନ୍ତିଅଭିଜିତ୍ଙ୍କ ରାତିି ସାରା ବାର୍ଲାଇଟ୍ଦୁକୁ ଦୁକଗୀତ ତାଙ୍କ ଖୁବ୍ ଲୋକପ୍ରିୟ କରାଇଛି 

ତାଙ୍କୁ ୨୦୧୦ ମସିହାରେ ତୁ ଥା ମୁଁ ଯାଉଛି ରୁଷିସିନେମା ପାଇଁ ଓ ୨୦୨୨ ମସିହାରେ ତୃଷ୍ଣାସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା