କୁଚିଣ୍ଡା: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ)ର ଅଧ୍ୟକ୍ଷ ଜ୍ୟୋଷ୍ଣାପ୍ରିୟା ବେହେରାଙ୍କ ସଭାପତିତ୍ୱରେ ୫ମ ରାଜ୍ୟସ୍ତରୀୟ କେଳକୁଦ ପ୍ରତିଯୋଗିତାର ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୩୪୬ ଜଣ ପ୍ରତିଯୋଗୀ ଓ ୫୦ରୁ ଅଧିକ କ୍ରୀଡ଼ା ଶିକ୍ଷକ ଯୋଗ ଦେଇଥିଲେ। ଏହି କ୍ରୀଡ଼ା ସମାରୋହରେ ୧୦୦ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଦୌଡ଼, ଜାଭଲିନ, ଡିସକସ, ହମ୍ବର, ଲମ୍ବଡ଼ିଆ, ଉଚ୍ଚଡିଆଁ ପ୍ରମୁଖ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ତିନିଦିନିଆ ସମାରୋହରେ ଉଦ୍ଯାପନୀ ଦିବସରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଳପୁର ଜିଲ୍ଲାପାଳ, କୁଚିଣ୍ଡା ଉପଜିଲ୍ଲାପାଳ ଯୋଗଦେବେ।
ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ, କୁଚିଣ୍ଡାର ପୂର୍ବତନ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କ୍ରୀଡ଼ା ପତାକାକୁ ଉତ୍ତୋଳନ କରିଥିଲେ। ସମ୍ମାନିତ ଅତଥି ଭାବରେ ଏସ୍ଡିଏମ୍ ସୁବୋଧ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ସାହୁ, ଫାୟାର ଅଫିସର ଜୀବନ ଟପ୍ପୋ, ଶୀତଳ କର, ଅରବିନ୍ଦ ଗୋପାଳ, ଚକ୍ରଧର ମାଝୀ, ଜୟନ୍ତ କୁମାର କୁଆ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟର ସମସ୍ତ ଏକଲବ୍ୟ ବିଦ୍ୟାଳୟର ବାଳିକା ବିଭାଗ ୧୪ ବର୍ଷରୁ କମ ଓ ୧୯ ବର୍ଷରୁ କମ ବାଳିକାମାନେ ଅଂଶ ଗ୍ରହଣ କରିଥିଲେ। ରାଜ୍ୟ ତଥା ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ୫୦ରୁ ଅଧିକ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ। ଆଗାମୀ ୨୩ ତାରିଖ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।
Sports | Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/21/kuchinda-2025-08-21-18-23-55.jpg)
