ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ପୁଣି ପୁଲିସପକ୍ଷରୁ ଏକ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛି।

Advertisment

ବିଳମ୍ବିତ ରାତିରେ ଛେଣ୍ଡିପଦା ପୁଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ଅଧୀନରେ ଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା। କ୍ଷୀରୋଦ ନାୟକକୁ ଧରିବା ପାଇଁ ଛେଣ୍ଡିପଦା ପୁଲିସ, ଅନୁଗୁଳ ଟାଉନ ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାଡ୍ ଚଢ଼ାଉ ବେଳେ କ୍ଷୀରୋଦ ପୁଲିସ ଉପରକୁ ୩ ଗୋଟି ଗୁଳି ଚାଳନା କରିଥିଲା। ପୁଲିସ ପାଲଟା ଜବାବ ଦେବାରୁ କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁଳି ବାଜି ଥିବାରୁ କ୍ଷୀରୋଦ ଗୁରୁତର ହୋଇ ଯାଇଥିଲା। ପୁଲିସ ଗୁରୁତର ଅବସ୍ଥାରେ କ୍ଷୀରୋଦକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛି । କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣା ପଡ଼ିଛି।

ବିଳମ୍ବିତ ରାତିରେ ଛେଣ୍ଡିପଦା ପୁଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ଅଧୀନରେ ଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା। କ୍ଷୀରୋଦ ନାୟକକୁ ଧରିବା ପାଇଁ ଛେଣ୍ଡିପଦା ପୁଲିସ, ଅନୁଗୁଳ ଟାଉନ ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ପୁଲିସ ଏବଂ ସ୍ପେସିଆଲ ସ୍କ୍ୱାଡ୍ ଚଢ଼ାଉ ବେଳେ କ୍ଷୀରୋଦ ପୁଲିସ ଉପରକୁ ୩ ଗୋଟି ଗୁଳି ଚାଳନା କରିଥିଲା। ପୁଲିସ ପାଲଟା ଜବାବ ଦେବାରୁ କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁଳି ବାଜି ଥିବାରୁ କ୍ଷୀରୋଦ ଗୁରୁତର ହୋଇ ଯାଇଥିଲା। ପୁଲିସ ଗୁରୁତର ଅବସ୍ଥାରେ କ୍ଷୀରୋଦକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛି । କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣା ପଡ଼ିଛି। କ୍ଷୀରୋଦ ନାଁରେ ଅନେକ ମାମଲା ରହିଥିବା ଜଣା ପଡ଼ିଛି।

encounter