ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର କରାଯାଇଥିବା ଜଣାଯାଇଛି। ପ୍ରଥମ ଥର ପାଇଁ ରାଜ୍ୟ ବାହାର ସିରିଜ୍ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଆନାରେକୁ ଏନକାଉଣ୍ଟର କରାଯାଇଛି। ତାକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ।
ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ଏନକାଉଣ୍ଟର ହୋଇଛି। ବାଲିଅନ୍ତା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଆନାରେ ତାର ଗ୍ରୁପ ଆପାର୍ଟମେଣ୍ଟରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ଦେଖି ଦେଇଥିଲା। ପୁଲିସକୁ ଦେଖି ଅର୍ଜୁନ ସହ ତାର ଗ୍ରୁପ ଫେରାର୍ ହେବ ପାଇଁ ବସିଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇଥିଲେ। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ ପାଲଟା ଜବାବ ଦେବା ସହ ଗୁଳି ଚଳାଇବା ବେଳେ ତାହା ଅର୍ଜୁନର ଗୋଡ଼ରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡ଼ିଯାଇଥିବା ବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୁଲିସ ଧରିବା ସହ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ପାହାଳ ଥାନା ଅଞ୍ଚଳରେ ଏକ୍ ଆପାର୍ଟମେଣ୍ଟ ନିକଟରେ ଏନକାଉଣ୍ଟର ହୋଇଛି। ବାଲିଅନ୍ତା ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଆନାରେ ତାର ଗ୍ରୁପ ଆପାର୍ଟମେଣ୍ଟରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ଦେଖି ଦେଇଥିଲା। ପୁଲିସକୁ ଦେଖି ଅର୍ଜୁନ ସହ ତାର ଗ୍ରୁପ ଫେରାର୍ ହେବ ପାଇଁ ବସିଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇଥିଲେ। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୁଲିସ ଉପରକୁ ଗୁଳି ଚଳାଇଥିଲା।
ପୁଲିସ ପାଲଟା ଜବାବ ଦେବା ସହ ଗୁଳି ଚଳାଇବା ବେଳେ ତାହା ଅର୍ଜୁନର ଗୋଡ଼ରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ଅର୍ଜୁନ ଆହତ ହୋଇ ପଡ଼ିଯାଇଥିବା ବେଳେ ଅନ୍ୟ ୪ ଜଣ ଲୁଟେରା ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅର୍ଜୁନକୁ ପୁଲିସ ଧରିବା ସହ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2017/10/AIIMS_BBSR.jpg)