ପାରଳାଖେମୁଣ୍ଡି: ଇଂଲିଶ ବିଭାଗ , ନାଁ ଟି ଶୁଣିଲେ ଅଡ଼ୁଆ ଲାଗୁଥିଲେ ମଧ୍ୟ କିଛି ସରକାରୀ କାର୍ଯ୍ୟାଳୟରେ ଏହା ଏବେ ବି ପ୍ରଚଳିତ ହେଉଛି। ଇଂରେଜ ଶାସନ ସମୟରେ ଯେଉଁ କିରାଣୀ ଇଂରାଜୀ ଜାଣିଥିଲେ, ତାଙ୍କୁ ଏଭଳି ନାମକରଣ କରାଯାଉଥିଲା। ସେହି କିରାଣୀଙ୍କ କାର୍ଯ୍ୟାଳୟ ତଥା ବିଭାଗର ନାମ ମଧ୍ୟ ରଖାଯାଉଥିଲା ଇଂଲିଶ ବିଭାଗ। ବ୍ରିଟିଶ ଶାସନ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ, ବହୁଳ ଭାବରେ ପ୍ରଚଳିତ ହେଉଥିଲା ଏହି  ନାମଫଳକ, ଏବେବି ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦେଖିବାକୁ ମିଳିଛି ଏଭଳି କାର୍ଯ୍ୟାଳୟର ନାମ ଫଳକ। ଯାହାକୁ ସମସ୍ତଙ୍କୁ ଚକିତ କରୁଛି। ସିଧାସଳଖ ଭାବେ କହିବାକୁ ଗଲେ ସରକାରଙ୍କ ଏହି ସବୁ ବିଭାଗ ଠାରୁ ଏଯାଏଁ ଇଂରେଜ ଶାସନର ମୋହ ତୁଟିନି । ଏବେବି ପ୍ରଚଳିତ ହୋଇଆସୁଛି ଇଂରେଜ ଶାସନର ଛାପ। ଦେଶରୁ ଇଂରେଜ ଶାସନ ହଟିବାର ୭୮ ବର୍ଷ ଅତିବାହିତ ହେବା ପରେ ସୁଦ୍ଧା ବ୍ୟବସ୍ଥାରୁ ସଂଶୋଧନ ହୋଇ ପାରିନାହିଁ। କେଉଁଠି ନା କେଉଁଠି ଏହିସବୁ ବିଭାଗୀୟ ଅଧିକାରୀଙ୍କ ବଦଳିନି ଇଂରେଜ ଶାସନର ଅନୁକରଣ ଚିନ୍ତାଧାରା।

Advertisment

ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ସବୁ ସ୍ତରରେ ଅଣ୍ଟା ଭିଡ଼ିଛନ୍ତି ସରକାର

ଅପରପକ୍ଷରେ ବର୍ତ୍ତମାନ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ସବୁ ସ୍ତରରେ ଅଣ୍ଟା ଭିଡ଼ିଛନ୍ତି ସରକାର ଓ ବିଭିନ୍ନ ବିଭାଗ, ଏନେଇ ଓଡ଼ିଆଙ୍କ ଆବେଗକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ଓଡ଼ିଆ ଭାଷାର ଚିଠିପତ୍ର ଆଦାନ ପ୍ରଦାନ, ସରକାରୀ ବେସରକାରୀ ଅନୁଷ୍ଠାନଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବା ନେଇ ବିଜ୍ଞପ୍ତି ପରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର କିନ୍ତୁ ସରକାରୀ କାର୍ଯ୍ୟାଳୟରେ ଏହି ପ୍ରଚଳିତ ଇଂଲିଶ ବିଭାଗ ଫଳକ ଉପରେ ଦୃଷ୍ଟି ପଡ଼ୁନି ସରକାରଙ୍କର। ଇତିମଧ୍ୟରେ ଓଡ଼ିଆ ଅସ୍ମିତାକୁ ଆଧାର କରି ବିଭିନ୍ନ ସହର ତଥା ଗ୍ରାମର ନାମ ପରିବର୍ତ୍ତନ କରାଯାଉଛି, କିନ୍ତୁ ସରକାରୀ କାର୍ଯ୍ୟାଳୟରେ ପ୍ରଚଳିତ ହୋଇଆସିଛି ଇଂଲିଶ ବିଭାଗ , ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଏହି ଭଳି ନାମରେ ବିଭାଗ ରହିଛି ଯାହା ପ୍ରତିଷ୍ଠାନ ବିଭାଗର କମ କରୁଛି କିନ୍ତୁ ଇଂଲିଶ ସେକ୍ସନ ନାମକାରଣ ହୋଇଛି ।

ଆହୁରି ପଢ଼ନ୍ତୁ: T20 World Cup: ସ୍କଟଲାଣ୍ଡ୍‌କୁ ହରାଇଲା ୱେଷ୍ଟଇଣ୍ଡିଜ୍; ସେପାର୍ଡ ନେଲେ ପ୍ରଥମ ହ୍ୟାଟ୍ରିକ୍‌

ଗଜପତିଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏଭଳି ନାମରେ ବିଭାଗ ରହିଥିବା ଦେଖିବାକୁ ମିଳିଛି । ସମସ୍ତ ଜିଲ୍ଲାରେ ଏଭଳି ଇଂଲିଶ ସେକ୍ସନ ରହିଥିବା ଜଣା ପଡିଛି ।  ତେବେ ସରକାରଙ୍କ ଏଥିପ୍ରତି କେବେ ଦୃଷ୍ଟି ପଡୁଛି ଆଉ ଓଡ଼ିଆ ଅସ୍ମିତା ଆଧାରରେ ଏହାର  ନାମ କେବେ ପରିବର୍ତ୍ତନ ହେଉଛି ତାହ ଉପରେ ରହିଛି ସଭିଙ୍କ ନଜର ।

Laxmanananda Murder Case: ୧୭ ବର୍ଷ ପରେ ବି ହତ୍ୟାକାରୀଙ୍କୁ ମିଳିପାରିଲା ନାହିଁ ଦଣ୍ଡ