ଭୁବନେଶ୍ବର: ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ। ଖାଲି ସେତିକି ନୁହେଁ ସେଦୁହେଁ ଏକଦା ସମବାୟ ମନ୍ତ୍ରୀ ବି ଥିଲେ। ଏହା ଚର୍ଚ୍ଚାର ବିଷୟ ହୋଇଛି। ଖାଲି ସେତିକି ନୁହେଁ, ଏଥିରେ ଅନେକ ବରିଷ୍ଠ ନେତାଙ୍କୁ ବି ଦେଖିବାକୁ ମିଳିନାହିଁ।

Advertisment

ରାଜ୍ୟରେ ସାର ସମସ୍ୟକୁ ନେଇ ଆଜି ରାଜଭବନ ସାମ୍ନାରେ ପ୍ରତିବାଦ କରିଛି ବିଜେଡି। ପ୍ରତିବାଦ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ରାଜ୍ଯପାଳଙ୍କୁ ସ୍ମାରକ ପତ୍ର ଦେଇଛି ବିଜେଡି। ସମସ୍ୟାର ସମାଧାନ ନ ହେଲେ ଆଗକୁ ଜିଲାପାଳ ଅଫିସ ଓ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ।

ସାର ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଉପରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଚାଷୀ ପ୍ରସଙ୍ଗରେ କହିବା ଅଧିକାର ବିଜେଡିର ନାହିଁ । ଚାଷୀଙ୍କ ସମସ୍ୟା ଜାଣିବାକୁ ଚାହିଁଲେ ଚାଷୀଙ୍କ ପାଖକୁ ଗାଁ କୁ ଯିବାକୁ ପଡିବ। ସେମାନେ ଚାଷୀଙ୍କ ପାଖକୁ ଗଲେ ଚାଷୀ ଗୋଡେଇ ପିଟିବେ। ଚାଷୀ ଜାଣିଛନ୍ତି ସେମାନଙ୍କ ଆଜିର ଅବସ୍ଥା ପାଇଁ ବିଜେଡି ଦାୟୀ। ୨୪ ବର୍ଷ ସରକାରର ଚାଷୀ ପାଇଁ କଣ କରିଛି ବିଜେଡି ତାହା ଉତ୍ତର ରଖୁ। ବିଜେଡିରେ ଗୃହଯୁଦ୍ଧ ଚାଲିଛି। କେହି କାହାକୁ ମାନୁ ନାହାନ୍ତି। ଦଳର ନେତୃତ୍ୱ କିଏ ସେମାନେ ଜାଣିନାହାନ୍ତି। ନବୀନ ପଟ୍ଟନାୟକଙ୍କ ବାପା ଖୋଲିଥିବା ଓଟିଏମ୍ କଣ ପାଇଁ ନବୀନ ପଟ୍ଟନାୟକ ବନ୍ଦ କରିଥିଲେ ତାହା କହିପାରିବେ କି? ବିଜେଡି ଭୁବନେଶ୍ୱରରେ ବସି ଚାଷୀଙ୍କ କଥା କହୁଛି।

ବିଜେଡିର ଯୁକ୍ତି ରାଜ୍ୟରେ ଚାଷୀଙ୍କ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଭାବୀ ଧାନ ବିକ୍ରି ଚାଲିଛି। ଖରିଫ ଋତୁରେ ଚାଷୀ ପଞ୍ଜିକରଣରେ ସମସ୍ୟା ରହିଛି। ସାର ଅଭାବ ଚାରି ଆଡ଼େ ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଛନ୍ତି। ହେଲେ ଉପମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ସାରାର ଅଭାବ ନାହିଁ। ରାତି ଅଧରୁ ଚାଷୀ ଆଧାରକାର୍ଡ ଧରି ଛିଡ଼ା ହେଉଛନ୍ତି। ସରକାର ତଥ୍ୟ କିନ୍ତୁ କିଛି ଭିନ୍ନ କହୁଛନ୍ତି।  ଗଂଜାମ ଜିଲ୍ଲାର ଜିଲ୍ଲାପାଳ ୧୯ ହଜାର ୫୦୦ ମେଟ୍ରିକ ଟନ ଆବଶ୍ୟକ। ହେଲେ ତାଙ୍କୁ ୧୦ ହଜାର ମେଟ୍ରିକ ଟନ ସାର ମିଳିଛି। ଏମିତି କି ସବୁ ଜିଲାରେ ଆବଶ୍ୟକ ଥିବା ସାର ମିଳି ପାରିନାହିଁ।  ଚାଷୀ କୁଳକୁ ପ୍ରତାରଣା କରିଛି ସରକାର। ସେମାନଙ୍କୁ ଉଚିତ ଜବାବ ଦିଆଯିବ। ବିରୋଧୀ ନେତା ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ଏହାର ଜବାବ୍ ଦେଇ ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୧୧ ଲକ୍ଷ ଚାଷୀଙ୍କୁ ଟଙ୍କାଟିଏ ବି ବୋନସ୍ ଦେଇନଥିଲେ। ଅପରପକ୍ଷରେ ବିଜେପି ସରକାର ଆସିବା ପରେ ୨୦ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୦୦ ଟଙ୍କା ଲେଖାଏ ସବସିଡି ଦେଇଛନ୍ତି। ଏବେ ବିଜେଡିରେ କନ୍ଦଳ ତୀବ୍ର ଥିବାରୁ ସେଥିରୁ ଲୋକଙ୍କ ନଜର ହଟାଇବା ଲାଗି ଏଭଳି ନାଟକ କରାଯାଉଛି। ଚାଷୀଙ୍କ ପ୍ରସଙ୍ଗରେ କହିବାର ଅଧିକାର ବିଜେଡିର ନାହିଁ।

ସାର ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଉପରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଚାଷୀ ପ୍ରସଙ୍ଗରେ କହିବା ଅଧିକାର ବିଜେଡିର ନାହିଁ । ଚାଷୀଙ୍କ ସମସ୍ୟା ଜାଣିବାକୁ ଚାହିଁଲେ ଚାଷୀଙ୍କ ପାଖକୁ ଗାଁ କୁ ଯିବାକୁ ପଡିବ। ସେମାନେ ଚାଷୀଙ୍କ ପାଖକୁ ଗଲେ ଚାଷୀ ଗୋଡେଇ ପିଟିବେ। ଚାଷୀ ଜାଣିଛନ୍ତି ସେମାନଙ୍କ ଆଜିର ଅବସ୍ଥା ପାଇଁ ବିଜେଡି ଦାୟୀ।୨୪ ବର୍ଷ ସରକାରର ଚାଷୀ ପାଇଁ କଣ କରିଛି ବିଜେଡି ତାହା ଉତ୍ତର ରଖୁ। ବିଜେଡିରେ ଗୃହଯୁଦ୍ଧ ଚାଲିଛି। କେହି କାହାକୁ ମାନୁ ନାହାନ୍ତି। ଦଳର ନେତୃତ୍ୱ କିଏ ସେମାନେ ଜାଣିନାହାନ୍ତି। ନବୀନ ପଟ୍ଟନାୟକଙ୍କ ବାପା ଖୋଲିଥିବା ଓଟିଏମ୍ କଣ ପାଇଁ ନବୀନ ପଟ୍ଟନାୟକ ବନ୍ଦ କରିଥିଲେ ତାହା କହିପାରିବେ କି? ବିଜେଡି ଭୁବନେଶ୍ୱରରେ ବସି ଚାଷୀଙ୍କ କଥା କହୁଛି।