ଭୁବନେଶ୍ବର: ପରଲୋକରେ ଭୁବନେଶ୍ବର-ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ତାଙ୍କର ନିଧନ ହୋଇଛି। ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।
ସେ ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରୁ ସେ ରାଜନୀତିରେ ସକ୍ରିୟ ଥିଲେ। ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।
ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Mohan Charan Majhi (@MohanMOdisha) December 22, 2024
ଓଁ ଶାନ୍ତି 🙏
ସେ ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରୁ ସେ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।