ଭୁବନେଶ୍ବର: ନୂଆବର୍ଷ ପାଳନକୁ ନେଇ ସଜାଗ ରହିଛି ଅବକାରୀ ବିଭାଗ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍। ଭୋଜି ଭାତ, ନାଚ ଗୀତର ଆସର ଜମିବ। ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।
ଜିରୋ ନାଇଟକୁ ନେଇ ବିଭାଗ ପ୍ରସ୍ତୁତ ହୋଇ ରହିଛି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି। ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଚୋରା ମଦ ବିକ୍ରି କଲେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଆଗାମୀ ଜାନୁଆରି ଶେଷ ଯାଏଏଥିଲାଗି କଡ଼ା ଚେକିଂ ପାଇଁ ବିଭାଗକୁ କୁହାଯାଇଛି।
ଏଣେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟକୁ ନେଇ ବିଭାଗ ପ୍ରସ୍ତୁତ ହୋଇ ରହିଛି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି। ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଚୋରା ମଦ ବିକ୍ରି କଲେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଆଗାମୀ ଜାନୁଆରି ଶେଷ ଯାଏଏଥିଲାଗି କଡ଼ା ଚେକିଂ ପାଇଁ ବିଭାଗକୁ କୁହାଯାଇଛି। ପ୍ରତି ଜିଲ୍ଲାକୁ ମଧ୍ୟ ଏନେଇ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/27/yuRZJwA20VehcIF8OS6W.jpg)