ରାଉରକେଲା : ନିଶା କାରବାର ରୋକିବାକୁ ଆଜି ଭୋରୁ ସହରର ମହତାବ ରୋଡ଼ର ମିନାପଡାରେ ଚଢ଼ାଉ କରାଯାଇଛିl ଗୁପ୍ତ ସୂଚନା ଅନୁଯାୟୀ ରାଉରକେଲା ଏସପି ନୀତେଶ ୱାଧୱାନୀଙ୍କ ନିର୍ଦେଶକ୍ରମେ ଚଢ଼ଉ କରାଯାଇଛି l ମିନାପଡାର ୬୦ରୁ ଅଧିକ ଘରେ ଟିକନିକ ଯାଞ୍ଚ କରାଯାଇଥିଲା l ଘଟଣାସ୍ଥଳରୁ ଚାରି ନିଶା ବେପାରୀକୁ ପୁଲିସ ଉଠାଇ ଆଣିଛି l ସେମାନଙ୍କ ନିକଟରୁ ପୁଲିସ ବ୍ରାଉନସୁଗାର ଓ ଗଂଜେଇ ଜବତ କରିଥିବା ଜଣାପଡିଛି l
ନିଶାବେପାରୀ ଖସିଯିବାକୁ ପୁଲିସ ମହତାବ ରୋଡ ଓ ରିଂ ରୋଡ ପଟୁ ଘେରି ରହିଥିଲେ l ପ୍ରାୟ ଦୁଇ ଘଣ୍ଟା ଚଢ଼ାଉ କରାଯାଇଥିଲା l ଚଢ଼ାଉରେ ଦୁଇ ଅତିରିକ୍ତ ଏସପି, ତିନି ଜୋନାଲ ଡ଼ିଏସପି, ୨୦ରୁ ଅଧିକ ଇନ୍ସପେକ୍ଟରଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛିl ଏଥିସହ ଡଗ ସ୍କ୍ୱାଡଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା l ବର୍ଷ ବର୍ଷ ଧରି ପ୍ଲାଣ୍ଟସାଇଟ ଅଞ୍ଚଳର ମିନାପଡା ଓ ମହତାବ ରୋଡ ଅଞ୍ଚଳରେ ଡ୍ରଗ୍ସ, ବ୍ରାଉନସୁଗାର ଓ ଗଂଜେଇ କାରବାର କାରବାର ହେଉଛି l ପୁଲିସ ପୂର୍ବରୁ କିଛି ବେପାରୀକୁ ଗିରଫ କରି ଜେଲ ପଠାଇଛି l ଏହା ସତ୍ତ୍ୱେ ନିଶା ବେପାରୀ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ନିଶା କାରବାର ଚଳାଇଥିଲେ।