ବସ୍ତା୨: ବାଲେଶ୍ବର କମର୍ଦ୍ଦା ବଜାର ନିକଟରେ ବେଆଇନ୍ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ପାଇ ଚଢ଼ାଉ ବେଳେ ହଟହଟା ହୋିଛି ଅବକାରୀ ଟିମ୍। ବାଲେଶ୍ବର କମର୍ଦ୍ଦା ବଜାର ନିକଟରେ ବେଆଇନ୍ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇଥିଲା ଅବକାରୀ ସାଟେଲାଇଟ୍ ଟିମ୍।
ଖବର ପାଇ ଅବକାରୀ ଟିମ୍ ଚଢାଉ କରିଥିଲା। ବ୍ରାଉନସୁଗାର ଜବତ କରି ଜଣେ ମହିଳାଙ୍କୁ ଗିରଫ କରି ନେଉଥିବା ବେଳେ ଅବକାରୀ କର୍ମଚାରୀଙ୍କୁ ଘେରିଥିଲେ ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ। ଗିରଫ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ମୁଲତାନ ମାଟିକୁ ବ୍ରାଉନସୁଗାର ଦର୍ଶାଇ ଗିରଫ କରାଯାଇଛି।