ବାଲିକୁଦା:ବାଲିକୁଦା ତହସିଲ ଅଧୀନ ବାହାରଣା ପଞ୍ଚାୟତ ଟାଇଁକୂଳ ବଜାରରେ ଥିବା ଏକ ପୁସ୍ତକ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପୁସ୍ତକ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡର ବିଭୀଷିକା ଏଭଳି ଥିଲା ଯେ ବିସ୍ଫୋରଣ ଘଟି ୨ ବଖରା ଘରର କାନ୍ଥ ଭୁଶୁଡି ପଡିବା ସହ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯେଉଁଥିରେ ଗୋଦାମ ଗୃହରେ ଥିବା ୨ କର୍ମଚାରୀ ବେହୋସ ହୋଇଯାଇଥିଲେ।

Advertisment

ବିଳମ୍ବିତ ରାତି ପ୍ରାୟ ୨ ଟା ୩୦ ମିନିଟ ସମୟରେ ସର୍ଟ ସର୍କିଟ କାରଣରୁ ଟାଇଁ କୂଳ ବଜାରରେ ଥିବା ସାହୁ ବୁକ ଏଜେନ୍ସି ଗୃହରେ  ନିଆଁ ଲାଗି ଯାଇଥିଲା। ଯାହାର ମାଲିକ ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ଓ଼ଚିନ୍ଦା ଗ୍ରାମର ଆଶିଷ ସାହୁ ବୋଲି ଜଣାପଡିଛି। ଏଥିରେ କାର୍ଯ୍ୟ କରୁଥିବା ୨ କର୍ମଚାରୀ ନରୋତ୍ତମ ବାରିକ ଓ ଅଜିତ ସାସମଲ ଉକ୍ତ ଗୃହରେ ଶୟନ କରିଥିବା ବେଳେ କାନ୍ଥ ଭୁଶୁଡି ଆହତ ହୋଇ ବେହୋସ ହୋଇ ଯାଇଥିଲେ। ଯାହାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମେଡିକାଲ ପଠାଇଥିଲେ। ପରେ ଅଗ୍ନିଶମ ବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେବା ପରେ ଜଗତସିଂହପୁର ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଦିନ ୧୧ ଟା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହୋଇ ନଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ କିଛି ପୁସ୍ତକ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି. ଏପଟେ ବିସ୍ଫୋରଣ ସମୟରେ ୨ ବଖରା ଛାତ ଘର କାନ୍ଥ ଭୁଶୁଡି ପଡି଼ଥିବା ବେଳେ ଲାଗିଥିବା ସଟର ପ୍ରାୟ ୧୦୦ ଫୁଟ ଠାରୁ ଉର୍ଦ୍ଧ୍ବ ଦୂରକୁ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ବିଳମ୍ବିତ ରାତି ପ୍ରାୟ ୨ ଟା ୩୦ ମିନିଟ ସମୟରେ ସର୍ଟ ସର୍କିଟ କାରଣରୁ ଟାଇଁ କୂଳ ବଜାରରେ ଥିବା ସାହୁ ବୁକ ଏଜେନ୍ସି ଗୃହରେ  ନିଆଁ ଲାଗି ଯାଇଥିଲା। ଯାହାର ମାଲିକ ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ଓ଼ଚିନ୍ଦା ଗ୍ରାମର ଆଶିଷ ସାହୁ ବୋଲି ଜଣାପଡିଛି। ଏଥିରେ କାର୍ଯ୍ୟ କରୁଥିବା ୨ କର୍ମଚାରୀ ନରୋତ୍ତମ ବାରିକ ଓ ଅଜିତ ସାସମଲ ଉକ୍ତ ଗୃହରେ ଶୟନ କରିଥିବା ବେଳେ କାନ୍ଥ ଭୁଶୁଡି ଆହତ ହୋଇ ବେହୋସ ହୋଇ ଯାଇଥିଲେ। ଯାହାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ମେଡିକାଲ ପଠାଇଥିଲେ। ପରେ ଅଗ୍ନିଶମ ବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେବା ପରେ ଜଗତସିଂହପୁର ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଦିନ ୧୧ ଟା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହୋଇ ନଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ କିଛି ପୁସ୍ତକ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି. ଏପଟେ ବିସ୍ଫୋରଣ ସମୟରେ ୨ ବଖରା ଛାତ ଘର କାନ୍ଥ ଭୁଶୁଡି ପଡି଼ଥିବା ବେଳେ ଲାଗିଥିବା ସଟର ପ୍ରାୟ ୧୦୦ ଫୁଟ ଠାରୁ ଉର୍ଦ୍ଧ୍ବ ଦୂରକୁ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି।

ଉଦ୍ଧାରକାରୀଙ୍କ ସୂଚନା ଅନୁଯାୟୀ ଉକ୍ତ ୨ କର୍ମଚାରୀ କିଭଳି ବାହାରକୁ ଆସିଲେ ତାହା କେବଳ ଈଶ୍ୱର ଜାଣିଥିବେ। ତେବେ ଜୀବନ ବଞ୍ଚି ଯାଇଥିବା ଦେଖି ସେମାନେ ରାସ୍ତା କଡରେ ପଡ଼ିଥିବା ୨ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ସୌଭାଗ୍ୟ ବଶତଃ ସେମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା କହିଛନ୍ତି। ତେବେ ବିସ୍ଫୋରଣର କାରଣ ସମ୍ପର୍କରେ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପରିଡ଼ା କହିଛନ୍ତି ଘର ନିଭୁଜ ଥିବା କାରଣରୁ ଏତେ ସଂଖ୍ୟକ ବହିର ଲାଗିଥିବା ନିଆଁର ଧୂଆଁ ପାସ ହୋଇପାରି ନଥିବାରୁ ପ୍ରଚଣ୍ଡ ଶବ୍ଦ ହେବା ସହ ବିସ୍ଫୋରଣ ଘଟିଛି। ତେବେ ଆକଳନ ଅନୁଯାୟୀ ପ୍ରାୟ ୨ ବଖରା ଗୋଦାମ ଗୃହରେ ୪ ଟ୍ରକରୁ ଉର୍ଦ୍ଧ୍ବ ବୋଝେଇ ବହି ଥିବା ବେଳେ ଉକ୍ତ ଘର ଭଡ଼ା ସୂତ୍ରରେ ଟାଇଁକୂଳ ଗ୍ରାମର ଦିଲ୍ଲୀପ ଜେନାଙ୍କ ଠାରୁ ଗୋଦାମ ମାଲିକ ନେଇଥିବା ଜଣାପଡିଛି। ବାଲିକୁଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୋଦାମ ମାଲିକଙ୍କ ଦେଖା ଦର୍ଶନ ମିଳି ନଥିବା ଜଣାପଡ଼ିଛି।