ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି। ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି କରିପାରୁନଥିବାରୁ ତଳସ୍ତରରେ କର୍ମୀମାନେ ଦଳ ଛାଡ଼ୁଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ‘ଆଇ ଆମ ଡାଉନ୍ ବଟ୍ ନଟ୍ ଆଉଟ୍’ର ଅର୍ଥ କଣ ମୁଁ ଜାଣେନି। ତାର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝିଥିବେ। ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଏଣ୍ଟ୍ରି କରିବା ଚର୍ଚ୍ଚାର ପ୍ରଶ୍ନରେ ଉତ୍ତର ଦେଇ ବଦ୍ରି କହିଛନ୍ତି, ବଡ଼ ଦଳ ।ଅଧିକ ଲୋକ ଗ୍ରହଣ କରିବାକୁ କଣ ଜାଗା ନାହିଁ କି ? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ସେ ବିଷୟରେ ସ୍ପଷ୍ଟ ହେଉ। ଏହାସହ ଦଳ ବଢ଼ିଲେ ବିବାଦ ବଢ଼ିବନି କି ବୋଲି ପ୍ରଶ୍ନରେ ବଦ୍ରି କହିଛନ୍ତି, ବିବାଦ ବଢ଼ିପାରେ କିନ୍ତୁ କଥା ହେଉଛି ସମସ୍ତେ ସୀମାକୁ ଜାଣିବା ଦରକାର। ମୋର ଦାୟିତ୍ୱ କେତେ ବୁଝିଲେ ସବୁକିଛି ଠିକ୍ ହେବ । ଆଉ ଯଦି ସୀମା ଟପିବ ତାହେଲେ ଦ୍ଵନ୍ଦ୍ବ ବଢ଼ିବ। 

ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି। ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି କରିପାରୁନଥିବାରୁ ତଳସ୍ତରରେ କର୍ମୀମାନେ ଦଳ ଛାଡ଼ୁଛନ୍ତି।  

ଏହାସହ ବଦ୍ରି ପାତ୍ରଙ୍କର ଆଉ ଗୋଟିଏ ବୟାନ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି। ସେ କହିଛନ୍ତି ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ସେଇ କଥାକୁ ବୁଝିବା ଦରକାର। ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳ ସ୍ତରରେ କେତେ ଗ୍ରହଣୀୟ ହେଉଛି ତାହା ସମୀକ୍ଷା କରିବା ଆବଶ୍ୟକ । ସବୁ କଥାର ପରୀକ୍ଷା ତଳ ସ୍ତରରେ ହେଉଛି ବୋଲି ସେ କହିଛନ୍ତି ।