ଢେଙ୍କାନାଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଏବେ ଚ୍ୟାଲେଞ୍ଜିଂ ହୋଇପଡିଛି। କିଛି ବିଦେଶୀ ଧର୍ମଗୁରୁଙ୍କ ଦ୍ବାରା ପ୍ରରୋଚିତ ହୋଇ କିଛି ଲୋକ ଭାରତରେ ଆଖିବୁଜିଆ ଜନସଂଖ୍ୟା ବଢ଼ାଉଛନ୍ତି। ୫, ୬, ୭, ୮ ଯାଏ ପିଲା ଜନ୍ମ କରୁଛନ୍ତି। କିନ୍ତୁ ସେମାନଙ୍କ ସମ୍ପ୍ରଦାୟବହୁଳ ରାଷ୍ଟ୍ରରେ କିନ୍ତୁ ଏଭଳି କାମ କରୁନାହାନ୍ତି। ସେମାନଙ୍କ ସଂଖ୍ୟା ବୃଦ୍ଧି କରି ଦେଶରେ ହିଂସା ଓ ଅପରାଧ କରି ଭାରତକୁ ବିଭାଜନ କରିବା ଲାଗି ଷଡ଼ଯନ୍ତ୍ରମୂଳକ ଉଦ୍ଦେଶ୍ୟ ରଖି ସେମାନେ ଏଭଳି କରୁଛନ୍ତି। 

Advertisment

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆହୁରି କହିଛନ୍ତି, ଦୁଇ ତିନୋଟି ସମ୍ପ୍ରଦାୟର ଲୋକମାନେ ଏଭଳି କରୁଛନ୍ତି। ଏପରିକି ଭାରତର ସଂଖ୍ୟା ଗରିଷ୍ଠ ସମାଜକୁ ଦମନ କରିବାକୁ ଏହି ସମ୍ପ୍ରଦାୟଗୁଡ଼ିକ ଅନେକ ସମୟରେ ଏକଜୁଟ ହୋଇଯାଉଛନ୍ତି। ତେଣୁ ରାଷ୍ଟ୍ରୀୟ ଅଖଣ୍ଡତା ଲାଗି ଏବେଠୁ ସମସ୍ତଙ୍କୁ ଚିନ୍ତା କରିବାର ସମୟ ଆସିଛି। ଦେଶ ଭିତରେ ଥିବା ରାଷ୍ଟ୍ରବିରୋଧୀମାନଙ୍କୁ ଉଚିତ୍ ଦଣ୍ଡବିଧାନ କରାଯିବା ଆବଶ୍ୟକ। 