ଘୁ.ଉଦୟଗିରି: ମାଟ୍ରିକ୍ ବାର୍ଷିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କର ଚିନ୍ତା ବଢ଼ିଯାଇଛି। ପିଲାମାନେ ଯୁଦ୍ଧକାଳୀନ ଭିତ୍ତିରେ କୋର୍ସକୁ ପୂରା କରିବାରେ ଲାଗିପଡ଼ିଛନ୍ତି। ପିଲାମାନେ କେମିତି ଭଲ ନମ୍ବର ରଖିବେ, ସେଥିପାଇଁ ଅଭିଭାବକମାନେ ଚିନ୍ତା କରୁଛନ୍ତି। ସେହିପରି ଶିକ୍ଷକମାନେ ଚାହୁଁଛନ୍ତି, ତାଙ୍କର ସ୍କୁଲ ଭଲ ରେଜଲ୍ଟ ଆଣୁ। ତେବେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ସରକାରୀ ହବାକ୍ ଉଚ୍ଚବିଦ୍ୟାଳୟ ନିଆରା ପଦକ୍ଷେପ ନେଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: କପି ରୋକିବାକୁ ୫ସ୍ତରୀୟ ବ୍ୟବସ୍ଥା, ୪୫ ଦିନରେ ଆସିବ ଯୁକ୍ତ୨ ପରୀକ୍ଷା ଫଳ
ଛାତ୍ରୀମାନେ କିପରି ବୋର୍ଡ଼ ପରୀକ୍ଷାରେ ଅଧିକା ମାର୍କ ରଖି ଭଲ ରେଜଲ୍ଟ କରିବେ ସେ ନେଇ ବିଦ୍ୟାଳୟ ସମୟ ପରେ ମଧ୍ଯ ଛାତ୍ରଙ୍କୁ ଅତିରିକ୍ତ ପାଠ ପଢ଼ା ଯାଉଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସମସ୍ତ ବିଷୟ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରଙ୍କୁ ପାଠ ପଢ଼େଇବା ପାଇଁ ପ୍ରଧାନଶିକ୍ଷକ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି। ପ୍ରତ୍ୟେକ ଦିନ ଅଲଗା ଅଲଗା ବିଷୟ ଶିକ୍ଷକ ଅତିରିକ୍ତ କ୍ଲାସ୍ ସାରିବା ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ବିଦ୍ୟାଳୟରେ ଉପସ୍ଥିତ ରହୁଛନ୍ତି।
ଏହି ଖବର ପଢ଼ନ୍ତୁ: ଟି-ସାର୍ଟ ଏବଂ ମଫଲର ମଧ୍ୟରେ ଲଢ଼େଇ: ସମ୍ବିତ ପାତ୍ରଙ୍କ କଟାକ୍ଷ
ବିଦ୍ୟାଳୟ ଆଖ ପାଖ ଛାତ୍ର, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ଅତିରିକ୍ତ କ୍ଲାସ୍କୁ ଆଗ୍ରହର ସହ ଯାଇ ପାଠ୍ୟକ୍ରମ ବିଷୟ ସହ ନିଜ ଡାଉଟର ସମାଧାନ କରୁଛନ୍ତି। ଏହି ଅତିରିକ୍ତ କ୍ଲାସ୍ ପରୀକ୍ଷା ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ଏଥି ପାଇଁ ଛାତ୍ର ଓ ଅଭିଭାବକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।