ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ସେ ପୁଣି ଥରେ ଭଣ୍ଡସନ୍ନ୍ୟାସୀଙ୍କୁ କଟାକ୍ଷ କରିବା ସହ ଦଳର ନେତା ଓ କର୍ମୀମାନଙ୍କୁ ପରୋକ୍ଷ ଭାବେ ଚେତାବନୀ ଦେଇଛନ୍ତି। 
ଶ୍ରୀମୟୀ ମିଶ୍ର ନିଜ ଫେସ୍‌ବୁକ୍‌ରେ ଲେଖିଛନ୍ତି,
  କର୍ମୀ ବସିଛନ୍ତି ଅନାଇ
 ଦିଲ୍ଲୀ ରେ deal କରିଦେଲେ କହ୍ନେଇ
Advertisment
 ଦଳ ପାଇଁ ଭଣ୍ଡସନ୍ନ୍ୟାସୀ
 ନୁହଁ ଶୁଭଙ୍କର
 ଭାରି ଭୟଂକର !
 କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ
ବୁଝିଯିବେ................