ଚାକିରି ଦେବା ନାଁରେ ୨୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ,ସଂସ୍ଥା ନିର୍ଦେଶକ ଗିରଫ

ଭୁବନେଶ୍ୱର : ଚାକିରି ଦେବା ନାଁରେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ। ଏଭଳି ଏକ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସ୍ରାଇନ୍‌ ଏଡ୍‌ଟେକ୍ସ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ସଞ୍ଜୟ କୁମାର ଜେନା(୪୫)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ। ଏଠାରେ ସେ ସମ୍‌ ହସ୍ପିଟାଲ ନିକଟରେ ରହୁଥିଲେ।

ସମ୍ବନ୍ଧିତ ଖବର