ଘୁ.ଉଦୟଗିରି: ଜାଲ୍ ନୋଟ୍ କାରବାର ପାଇଁ କନ୍ଧମାଳ ଜିଲ୍ଲାକୁ ସୁରକ୍ଷିତ ଭାବିଛନ୍ତି ମାଫିଆ। କନ୍ଧମାଳ ଜିଲ୍ଲାରେ ପ୍ରବେଶ କରି ପାଞ୍ଚ ଶହ ଟଙ୍କିଆ ଜାଲ୍ ନୋଟ ବିଛେଇ ଦେଇଥିବା ଖବର ହସ୍ତଗତ ହେବାରେ ଲାଗିଛି। ଘୁମୁସର ଉଦୟଗିରିରେ କିଛି ଦିନ ହେଲା ବ୍ୟବସାୟୀଙ୍କ ପାଖରେ ଜାଲ୍ ପାଞ୍ଚ ଶହ ଟଙ୍କିଆ ନୋଟ୍ ପହଞ୍ଚିଛି। ଉକ୍ତ ଜାଲ୍ ନୋଟ୍କୁ ଚିହ୍ନିବା ଏତେ ସହଜ ହେଉନାହିଁ।
ଅସଲି ନୋଟ୍ ଭଳି ଅବିକଳ ଏହି ଜାଲ୍ ନୋଟ୍। ଅସଲି ନୋଟ୍ ନମ୍ବର ସହ ସମାନ ଦେଖିବାକୁ। ପୁଣି ଗୋଟିଏ ସିରିଜ ନମ୍ବରର ଜାଲ୍ ନୋଟ୍ ବଜାରରେ ମିଳିଛି। ବ୍ୟାଙ୍କରେ ମଧ୍ୟ ଜାଲ୍ ନୋଟ୍ ପ୍ରତି ସତର୍କ ନଜର ରଖି ଜାଲ୍ ନୋଟ୍ ଚିହ୍ନଟ କରି ତା ଉପରେ ନାଲି ଗାର ଟଣା ଯାଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ ଜାଲି ନୋଟ୍କୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।
ବ୍ୟବସାୟ ସମୟରେ ଗହଳିର ସୁଯୋଗ ହେଉ କି ବ୍ୟବସାୟୀଙ୍କ ସରଳତା ର ସୁଯୋଗ ର ଫାଇଦା ଉଠେଇ ଜାଲ ନୋଟକୁ ଦେଇ ଫାଇଦା ନେବାରେ ବ୍ୟସ୍ତ କୁଚକ୍ରି ଗୋଷ୍ଠୀ। ଏହିଭଳି ଜାଲ ନୋଟ ବିଷୟରେ ଖବର ପାଇବା ପରେ ସ୍ଥାନୀୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ସତର୍କତାର ସହ ବ୍ୟବସାୟ କରିବାକୁ ପରାମର୍ଶ ଦେବା ସହ ନୋଟ୍କୁ ରଖିବା ପୂର୍ବରୁ ଭଲଭାବରେ ଯାଞ୍ଚ କରି ରଖିବାକୁ କୁହାଯିବା ସହ ସନ୍ଦେହ ହେଲେ ପୁଲିସ କୁ ସୂଚନା ଦେବାକୁ କୁହାଯାଇଥିବା ସୂଚନା ମିଳିଛି।
ଏହିଭଳି ଜାଲ ପାଞ୍ଚ ଶହ ଟଙ୍କିଆ ନୋଟ୍ ରାଇକିଆ ଅଞ୍ଚଳରେ ମିଳିବା ପରେ ରାଇକିଆ ବଣିକ ସଙ୍ଘ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ସତର୍କତା କରିବା ସହ ପୁଲିସକୁ ଖବର ଦେଇ ଏହାର ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି। ଏହିଭଳି ଜାଲ ନୋଟ୍ ପଶିଲେ ବିଶେଷ କରି ବ୍ୟବସାୟୀମାନେ ବେଶ କ୍ଷତିଗ୍ରସ୍ତ ହେବା ସହ ସମସ୍ୟାର ସମ୍ମୁଖୀନ ହେବେ ଏଣୁ ଅଧିକ ଜାଲ୍ ନୋଟ ଏହି ଅଞ୍ଚଳରେ କାରବାର ହେବା ପୂର୍ବରୁ ଏହାକୁ ରୋକିବାକୁ ବ୍ୟବସ୍ଥା କରିବାକୁ ପୁଲିସ ତତ୍ପରତା ଦେଖାଇବାକୁ ସ୍ଥାନୀୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ଦାବି ହୋଇଛି।
G. Udayagiri | Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/24/new-project-28-2025-07-24-18-09-16.jpg)