ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଅବସ୍ଥାପିତ ୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ସପ୍ତାହର ତୃତୀୟ ଦିନ ଯୋଗ ଦିବସରେ ବାଟାଲିଅନ ସିଆରପିଏଫର ସେକଣ୍ଡ ଇନ କମାଣ୍ଡ କେ କେ ସିଂ (କାଯ୍ୟକାରୀ କମାଣ୍ଡାଣ୍ଟ), ଡେପୁଟି କମାଣ୍ଡଣ୍ଟ ରାଜୀବ କୁମାର, ଡା ମାଧବନ, ନିରୀକ୍ଷକ ପ୍ରଦୀପ କୁମାର ସାହୁ, ବାହିନୀର ସମସ୍ତ ଯବାନ ଏବଂ ପରିବାର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ lଯୋଗ ପ୍ରଶିକ୍ଷକ ସିପାହୀ ପ୍ରକାଶ ଏବଂ ସହକର୍ମୀଙ୍କ ସହାୟତାରେ ଯୋଗ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ନମସ୍କାର ସହ ବିଭିନ୍ନ ଯୋଗ ମୁଦ୍ରା ଆସନ, ପ୍ରାଣାୟାମ କରାଯାଇଥିଲାl ୧୩୦ ଜଣ ସିଆରପିଏଫ ଓ ପୁଲିସର ଅଧିକାରୀଓ ଯବାନ ଏବଂ ପରିବାରର ସଦସ୍ୟ ମାନେ ଏହି ଯୋଗ ଅଭ୍ୟାସ କରିଥିଲେ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/29/lKcp2YcsNhEdRTZeUvbG.jpg)