ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ କେଳାପଡାର ୨ ନମ୍ବର ୱାର୍ଡରେ ଦୀର୍ଘ ବର୍ଷରୁ ରହୁଛନ୍ତି ଯମୁନା ବିଶ୍ଵୋଇଙ୍କ ପରିବାର। ପରିବାର କହିବା ମୁତାବକ ଗତ ଲଗାଣ ବର୍ଷାରେ ଘର କାନ୍ଥ ଭୁଷୁଡି ଯାଇଥିବାରୁ ସରକାର ତରଫରୁ ଖଣ୍ଡିଏ ଜରିପାଲ ମିଳିଛି। କିନ୍ତୁ ଏଯାଏଁ ମିଳିପାରିନାହିଁ ସରକାରଙ୍କ ତରଫରୁ ଆବାସ ଗୃହ।

Advertisment

ବର୍ଷବର୍ଷ ପରିବାରର ୫ ଜଣ ସଦସ୍ୟ ଏହି ଭଙ୍ଗାରୁଜା ଜରି ପାଲ ତଳେ ବିତୁଛି ଜୀବନ ଫେଲ୍ ମାରିଛି ସରକାର ଯୋଜନା। ଏଠି ପ୍ରଶ୍ନ ଉଠୁଛି କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ସଠିକ ପରିବାର ମିଳୁନଥିବା ଏହି ଦୃଶ୍ୟ ଦେଖି ବୁଝିପାରୁଥିବେ ଦିନେ ନୁହେଁ ମାସେ ନୁହେଁ ଅନେକ ବର୍ଷରୁ ଏହି ଭଙ୍ଗା ଜରିପାଲ ତଳେ ବିତୁଛି ଦିନ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଯମୁନା ବିଶୋଇ।

ବର୍ତ୍ତମାନ ବର୍ଷା ଦିନ ଆସିଯାଇଛି ଭୟରେ ପରିବାର ରାତିରେ ନିଦ ନାହିଁ। ଘର କାନ୍ଥ ଫାଟି ଯାଇଥିବାରୁ ଭୟରେ ପରିବାର ବହୁ ଦୁଃଖ କଷ୍ଟରେ ବସବାସ କରନ୍ତି। ସରକାର ଯୋଜନା ମାଧ୍ୟମରେ ଗରିବ ପରିବାର ଦୁଃଖ ଶୁଣି ଆବାସ ଗୃହ ଯୋଗାଇ ଦେବା ପାଇଁ ପରିବାର ତରଫରୁ ଦାବି କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଯମୁନା ବିଶୋଇଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟ ପଟେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଶୁଣିବେ ଅସହାୟ ଯମୁନା ବିଶ୍ଵୋଇ ଙ୍କ ଦୁଃଖ।