ରାଉରକେଲା: ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ରବିବାରଠାରୁ ୧୯ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଏଲିଟ ଫୁଟବଲ ଏକାଡେମୀ(ଛତିଶଗଡ଼) ଓ ଫାଓ ଏକାଦଶ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍କୁ ଫାଓ ଏକାଦଶ ଏକତରଫାଭାବେ ୫-୦ ଗୋଲ୍ରେ ଜିତିନେଇଛି।
ଖେଳର ୧୯ତମ ମିନିଟରେ ଦଳର ରାହୁଲ ମୁଖି ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ରୋଶନ ପାନ୍ନା (୪୫ ଓ ୫୪ ମିନିଟ୍) ଦୁଇଟି ଗୋଲ୍ ଦେଇଥିବାବେଳେ ଅରବିନ୍ଦ ଲାକ୍ରା(୩୧), ପିଣ୍ଟୁ ସାନ୍ତା(୮୨) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ରୋଶନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଦୁର୍ଗା ମାଧବ ନାୟକ ମ୍ୟାଚ କମିସନର ଦାୟିତ୍ୱ ତୁଲାଇଥିବାବେଳେ ଶିବ ଶଙ୍କର ପଣ୍ଡା, ଦିଲୀପ ରାଉତ, ଲିଙ୍ଗରାଜ ପ୍ରଧାନ ଓ ରୋଶନ ଖାନ ପରିଚାଳନା କରିଥିଲେ।
/sambad/media/media_files/2025/04/06/644ff0a0-bd4a-40b4-94d2-dd5be9fa7122-604971.jpg)
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୨ ତାରିଖ ଯାଏ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଆପୋଲୋ ହସପିଟାଲ ସିଇଓ ଅଖୀଳ ଜୈନ, ଏସ.ଏନ.ଜ୍ୟୋତିଷୀ, ସୁଧୀର ସୁନ୍ଦରରାୟ, ପ୍ରଶାନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ଆୟୋଜକ ରାଉରକେଲା ସ୍ପୋର୍ଟ୍ସ ଆସୋସିଏସନ ଅଧ୍ୟକ୍ଷ ମିହିର ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତିଯୋଗିତା ପରିଚାଳିତ ହେଉଛି।
ଶରତ ମିଶ୍ର, ମନୋଜ ରାଉତ, ରାମ ଗୌଡ଼, କାର୍ତ୍ତିକ ଖଣ୍ଡୁଆଳ, ରାମ ନାୟକ, ସଞ୍ଜୟ ପାତ୍ର, ଜନ୍ମେଜୟ ରାଉତରାୟ, ଲବ ମହାନ୍ତ, ସୂର୍ଯ୍ୟକାନ୍ତ ପାତ୍ର, ଯୁଗଳ ଟପ୍ପୋ, ପ୍ରଦୀପ ସ୍ୱାଇଁ, ବିଜୟ ପାଳ, ଅନନ୍ତ ମାରାଣ୍ଡି, ପ୍ରକାଶ ବାରିକ, ସହଦେବ ତନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/06/a28de842-c546-454e-a251-e77413d11428-130310.jpg)