ରାଉରକେଲା: ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତାରେ ଫାଓ ଏକାଦଶ(କଟକ) ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଦଳ ୧-୦ ଗୋଲରେ ରାଉରକେଲା ସ୍ପୋର୍ଟ୍ସ ଆସୋସିଏସନ(ଆର୍‌ଏସ୍‌ଏ)କୁ ପରାସ୍ତକରି ଚାମ୍ପିଅନ ହୋଇଛି। ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା।

Advertisment

ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳର ଖେଳାଳି ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ ମଧ୍ୟ କେହି କାହାରିକି ଗୋଲ୍‌‌ ଦେବାରେ ସକ୍ଷମ ହୋଇନଥିଲେ। ତେବେ ମ୍ୟାଚ୍‌ର ୫୨ତମ ମିନିଟ୍‌ରେ ଫାଓ ବାଜିମାରିନେଇଥିଲା। ଦଳର ରାହୁଲ ମୁଖୀ ଏକ ଆକର୍ଷଣୀୟ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଗୋଲ୍‌ ପରିଶୋଧ ପାଇଁ ଆର୍‌ଏସ୍‌ଏ ଆକ୍ରମଣକୁ ଶାଣିତ କରିଥିଲା। ତେବେ ଫାଓ ଏକାଦଶର ଖେଳାଳି ସମସ୍ତ ପ୍ରୟାସକୁ ବିଫଳ କରି ବିଜୟଲାଭ କରିଥିଲେ। ଫାଇନାଲ ମ୍ୟାଚ୍‌କୁ ଶିବଶଙ୍କର ପଣ୍ଡା, ଦିଲୀପ ରାଉତ, ଲିଙ୍ଗରାଜ ପ୍ରଧାନ ଓ ରୋଶନ ଖାନ ପରିଚାଳନା କରିଥିଲେ। ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ରୋଶନ ପାନ୍ନା(ଫାଓ ଏକାଦଶ) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଅମତି ତନ୍ତୀ(ଆର୍‌ଏସ୍‌ଏ) ଶ୍ରେଷ୍ଠ ଗୋଲ୍‌ ରକ୍ଷକ, ଆଡୱିନ ତିର୍କି(ଆର୍‌ଏସ୍‌ଏ) ଶ୍ରେଷ୍ଠ  ସ୍କୋରର୍‌ ପୁରସ୍କାର ପାଇଛନ୍ତି।

ଆରମ୍ଭରୁ ଉଭୟ ଦଳର ଖେଳାଳି ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ ମଧ୍ୟ କେହି କାହାରିକି ଗୋଲ୍‌‌ ଦେବାରେ ସକ୍ଷମ ହୋଇନଥିଲେ। ତେବେ ମ୍ୟାଚ୍‌ର ୫୨ତମ ମିନିଟ୍‌ରେ ଫାଓ ବାଜିମାରିନେଇଥିଲା। ଦଳର ରାହୁଲ ମୁଖୀ ଏକ ଆକର୍ଷଣୀୟ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ।

publive-image

ସ୍ବତନ୍ତ୍ର ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପୂର୍ବତନ ଭାରତୀୟ ମହିଳା ଫୁଟବଲ ଖେଳାଳି ଭାରତୀ ମିଶ୍ର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ଆର୍‌ଏସ୍‌ପିର ପୂର୍ବତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଯୋଗଦେଇ ବିଜେତା ଦଳକୁ ଟ୍ରଫିସହ ୧ ଲକ୍ଷ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଆୟୋଜକ ଆର୍‌ଏସ୍‌ଏର ସଭାପତି ମିହିର ରାୟ, ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Rourkela | football match