ବଅଁରପାଳ: ଅନୁଗୁଳଜିଲ୍ଲା ବଅଁରପାଳ ବୁଢାପଙ୍କ ପଞ୍ଚାୟତର ବଡ଼ପାଟଣାସାହି ଗାଁରେ ବଜ୍ରପାତ କାରଣରୁ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସଦାନନ୍ଦ ଭୂତିଆ (୫୫)। ଆଜି ଅପରାହ୍ଣରେ ବିଲକୁ ଚାଷ କାମ କରିବା ପାଇଁ ଯାଇଥିବା ବେଳେ ସେ ବଜ୍ରପାତର ଶିକାର ହୋଇଥିଲେ। ବିଲରେ ସେ ଟଳି ପଡ଼ିଥିଲେ l
ଘରକୁ ଆସିବାକୁ ବିଳମ୍ବ ହେବାରୁ ଘର ଲୋକମାନେ ଖୋଜା ଖୋଜି ପରେ ପାଇ ନଥିଲେl ଚାଷଜମିରେ ଦେଖିବା ପରେ ସଦାନନ୍ଦ ବିଲ ପାଣି ଭିତରେ ପଡ଼ି ପ୍ରାଣ ହରାଇ ସାରିଥିଲେ।
ଏ ସଂପର୍କରେ ଖବରପାଇ ରାଜସ୍ୱ ପରିଦର୍ଶକ ବ୍ରଜ ବନ୍ଧୁସାହୁ ଓ କାର୍ତ୍ତିଳି ସାହୁ ବଅଁରପାଳ ଆରଆଇ ହରିହର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେl ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/07/banrapala-2025-08-07-20-59-59.jpg)