ମାଲକାନଗିରି: ଜିଲ୍ଲା ସ୍ତରୀୟ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ, ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଦ୍ୱାରା ଜିଲ୍ଲାରେ ଦ୍ୱିତୀୟ ଫସଲ ଚାଷର ପ୍ରଚାର ଓ ପ୍ରସାର ନିମନ୍ତେ ବିଗତ ଦିନରେ କରାଯାଇଥିବା କୃଷି ଭିତ୍ତିକ ଅଭିଯାନ ମାଧ୍ୟମରେ ଜିଲ୍ଲାରେ ମୋଟ ୮୧୧୩ ଆଗ୍ରହୀ ଚାଷୀଙ୍କୁ ନେଇ ଏକ ତାଲିକା କରାଯାଇଅଛି। ଦ୍ୱିତୀୟ ଫସଲ ଚାଷ ନିମନ୍ତେ ଚାଷୀଙ୍କୁ ଚଳିତ ବର୍ଷ ଅକ୍ଟୋବର ମାସ ୧୫ ତାରିଖ ସୁଦ୍ଧା ୧୦ କି.ଗ୍ରା. ଡ଼ାଲି ବିହନ ମାଗଣାରେ ଯୋଗାଇଦେବା ନିମନ୍ତେ ଜିଲ୍ଲା ସଙ୍ଗଠନ ତରଫରୁ ବିଧାୟକ ସମେତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ କୃଷି ବିଭାଗର ଅଧିକାରୀ, ପଞ୍ଚାୟତି ରାଜର କର୍ମକର୍ତ୍ତାଙ୍କୁ ଆବେଦନ ପତ୍ର ଦିଆଯାଇଥିଲା। କିନ୍ତୁ ସଙ୍ଗଠନର ବିଭିନ୍ନ ପ୍ରଚେଷ୍ଟା ସତ୍ୱେ ଓଡ଼ିଶା ସରକାରଙ୍କର "ରାଇସ ଫେଲୋ ମ୍ୟାନେଜମେଣ୍ଟ" ଚଳିତ ବର୍ଷ କାର୍ଯ୍ୟକ୍ରମର ପରିଚାଳନାରେ ବହୁତ ବିଳମ୍ବ ହୋଇଛି ଏବଂ ଜିଲ୍ଲାର କୌଣସି ଚାଷୀ ବିହନ ପାଇ ନାହାନ୍ତି।
ଚାଷଜମି ଆଗାମୀ ଦିନରେ ଆଦ୍ରତା ହରାଇବା ସହିତ ସମ୍ପୂର୍ଣ୍ଣ ଭାବରେ ଶୁଷ୍କତା ହେବା ନେଇ ଏବଂ ବିହନ ଯୋଗାଣରେ ବିଳମ୍ବ ପାଇଁ ଚାଷୀମାନେ ରାଜ୍ୟ ସରକାରଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଦ୍ୱିତୀୟ ଫସଲ ଚାଷ ନିମନ୍ତେ ଡ଼ାଲି ଜାତୀୟ ବିହନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଧାନ ଚାଷ ଅମଳର ସପ୍ତାହେ ପୂର୍ବରୁ ଦ୍ୱିତୀୟ ଫସଲ ଚାଷ ନିମନ୍ତେ ବିହନ ବୁଣିବା ଦ୍ୱାରା ଏହା ମାଟିର ଆଦ୍ରତାକୁ ଆପଣେଇବା ସହିତ ବିନା ଜଳସେଚନରେ ଫସଲ ମଧ୍ୟ ହୋଇ ପାରିବ। ଯାହାକି ରାଜ୍ୟର କୃଷି ସମ୍ପ୍ରଦାୟ, ବିଶେଷତଃ ମହିଳା କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ପ୍ରଗତି ଓ ସମୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟରତ ରହିବା ସହିତ ସେମାନଙ୍କ ପରିବାରକୁ ପୃଷ୍ଠିଯୁକ୍ତ ଖାଦ୍ୟ ଯୋଗାଇବା ସହିତ ଆର୍ଥିକ ସ୍ୱଚ୍ଛଳତା ଆଣିବ। ଦୈନନ୍ଦିନ ଜୀବନଯାପନ ନିମନ୍ତେ ବାହ୍ୟ ରାଜ୍ୟକୁ ସ୍ଥାନାନ୍ତୀକରଣରୁ ନିର୍ବୁତ୍ତ ହେବେ। ଏଥିସହିତ, ନିକଟରେ ହୋଇଥିବା ‘ଦାନା’ ବାତ୍ୟା ଜନିତ କୃଷିଭିତ୍ତିକ କ୍ଷୟକ୍ଷତିରୁ ମଧ୍ୟ ରାଜ୍ୟର ଚାଷୀମାନେ ଆଶ୍ୱସ୍ତ ହୋଇପାରିବେ।
ଡାଲି ଜାତୀୟ ଫସଲ ରାଜ୍ୟର କୃଷି ସମ୍ପ୍ରଦାୟ, ବିଶେଷତଃ ମହିଳା କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ପ୍ରଗତି ଓ ସମୃଦ୍ଧି ଦିଗରେ ନିରନ୍ତର କାର୍ଯ୍ୟରତ ରହିବା ସହିତ ପରିବାରକୁ ପୃଷ୍ଠିଯୁକ୍ତ ଖାଦ୍ୟ ଯୋଗାଇବା ସହିତ ଆର୍ଥିକ ସ୍ୱଚ୍ଛଳତା ଆଣିବ।
ତେଣୁ ରାଜ୍ୟରେ ଦ୍ୱିତୀୟ ଫସଲ ଚାଷର ସଫଳତା ନିମନ୍ତେ ଚାଷୀମାନଙ୍କୁ ତୁରନ୍ତ ଗୁଣାତ୍ମକ ଡ଼ାଲି ଜାତୀୟ ବିହନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟ୍ୟମରେ ରାଜ୍ୟ ସରକାରଙ୍କୁ ସଂଗଠନ ତରଫରୁ ରାଜେନ୍ଦ୍ର କବାସୀ, ଡମ୍ବରୁ ଧର ନାୟକ, ଦିଲ୍ଲୀପ ମାଛ, ରାମେ ମାଡକାମୀ, ଗଣପତି ଖିଲ, ଶୁଭଶ୍ରୀ ମାଢି, ଶୁକ୍ରା ଗୁରୁତେଲି, ମଙ୍ଗଳା ଗୁରୁତେଲି, ସୀତାରାମ ଦୁରୁଆ, ମଦନ ହନ୍ତାଳ, ମୁକୁନ୍ଦ ମାଝୀ, ରାମ ବଡ଼ନାୟକ, ମୁକୁନ୍ଦ ମାଡ଼କାମୀ, ଶ୍ରୀନୁ ସେଲବମ ଓ ତ୍ରିନାଥ ବଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/29/fdGGLXXcc9m9HtTPQlCu.jpg)