ଘୁ.ଉଦୟଗିରି: ରାଜ୍ୟ ହେଉ କି କେନ୍ଦ୍ର ସରକାର। ଚାଷୀଙ୍କ ପାଇଁ ମାଳମାଳ ଯୋଜନା ପ୍ରସ୍ତୁତ କରିବା ସହ ଚାଷୀ ଏବଂ ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଅର୍ଥ ବ୍ୟୟ ବରାଦ କରିବା ସହ ସିଧାସଳଖ ଚାଷୀଙ୍କ ଖାତାକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଉଛି। ହେଲେ ଚାଷୀ କେତେ ଉପକୃତ ହେଉଛନ୍ତି ସରକାର ତୃଣମୂଳ ସ୍ତରରେ କେବେ ବୁଲି ଦେଖି ନାହାନ୍ତି। ଏଣୁ ଯେତେ ଯୋଜନା କଲେ ଯେତେ ଟଙ୍କା ଦେଲେ ବି ଚାଷୀର ଉନ୍ନତି ହେଉନି ବରଂ ଚାଷ ପ୍ରତି ଆଜିର ଯୁବ ପିଢ଼ି ବିମୁଖ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳର ଚାଷୀ ପରିଶ୍ରମ କରି ଫସଲ ଉତ୍ପାଦନ କରିବା ପରେ ବିକ୍ରି ନିମନ୍ତେ ବଜାର ଅଭାବ ସାଙ୍ଗକୁ ସଞ୍ଚିତ କରି ରଖିବା ନିମନ୍ତେ ଶୀତଳ ଭଣ୍ଡାର ଅଭାବ। ଶୀତଳ ଭଣ୍ଡାର ଖତ ଖାଉଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବହୁ ପୁରାତନ ସହର ଅଟେI ସହରକୁ ପ୍ରବେଶ ପଥର ବାମ କଡ଼େ ଅର୍ଥାତ ଏନଏସି ର ୧ନଂ ୱାର୍ଡରେ ରହିଅଛି ଜରାଜୀର୍ଣ୍ଣ ଅବସ୍ଥାରେ  ଶୀତଳ ଭଣ୍ଡାର କନ୍ଧମାଳ ଜିଲ୍ଲାର ବହୁ ପୁରାତନ ଓ ଏକମାତ୍ର ଶୀତଳ ଭଣ୍ଡାର, ଯାହାକି ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଦେଖୁବାକୁ ମିଳୁଛିI

ଶୀତଳ ଭଣ୍ଡାରକୁ ନେଇ ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ଦାବି ଏବଂ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ସତ୍ୱେ କିଛି ସୁଫଳ ମିଳିଲା ନାହିଁI ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ତତ୍କାଳୀନ କୃଷି ଓ ସମବାୟ ବିଭାଗ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ଦ୍ୱାରା ୨୩ ଏପ୍ରିଲ ୧୯୮୧ ମସିହାରେ ଏହି ଅତ୍ୟାଧୁନିକ ଶୀତଳଭଣ୍ଡାର ଉଦଘାଟନ ହୋଇଥିଲା। କିଛି ବର୍ଷ ଶୀତଳ ଭଣ୍ଡାର ଚାଲିଲା। ଚାଷୀ ବେଶ ଉପକୃତ ହେଲେ ଚାଷ ପ୍ରତି ଚାଷୀଙ୍କ ଆକୃଷ୍ଟ ବଢ଼ିଲା ଉତ୍ପାଦନ ବଢ଼ିଲା। ଚାଷୀ ଲାଭବାନ ହେଲେ।ପରବର୍ତ୍ତୀ କିଛି ବର୍ଷ ଭିତରେ ଶୀତଳ ଭଣ୍ଡାରରେ ଆରମ୍ଭ ହେଲା ଅବ୍ୟବସ୍ଥା ସହ ଅଚଳାବସ୍ଥା I ପରବର୍ତ୍ତୀ ପରିଚାଳନା ନିମନ୍ତେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଲିଃ କୁ ପରିଚାଳନାପାଇଁ ଦାୟିତ୍ୱ ଦିଆଯାଇଥିଲାI

ଚାଷୀ ଓ ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ତତ୍କାଳୀନ କୃଷି ଓ ସମବାୟ ବିଭାଗ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ଦ୍ୱାରା ୨୩ ଏପ୍ରିଲ ୧୯୮୧ ମସିହାରେ ଏହି ଅତ୍ୟାଧୁନିକ ଶୀତଳଭଣ୍ଡାର ଉଦଘାଟନ ହୋଇଥିଲା। କିଛି ବର୍ଷ ଶୀତଳ ଭଣ୍ଡାର ଚାଲିଲା। ଚାଷୀ ବେଶ ଉପକୃତ ହେଲେ ଚାଷ ପ୍ରତି ଚାଷୀଙ୍କ ଆକୃଷ୍ଟ ବଢ଼ିଲା ଉତ୍ପାଦନ ବଢ଼ିଲା। ଚାଷୀ ଲାଭବାନ ହେଲେ।ପରବର୍ତ୍ତୀ କିଛି ବର୍ଷ ଭିତରେ ଶୀତଳ ଭଣ୍ଡାରରେ ଆରମ୍ଭ ହେଲା ଅବ୍ୟବସ୍ଥା ସହ ଅଚଳାବସ୍ଥା I

cold storage

ପରିଚାଳନା ଗତ ତ୍ରୁଟି ଯୋଗୁଁ ଖୁବ କମ ଦିନ ମଧ୍ୟରେ ଉକ୍ତ ଶୀତଳ ଭଣ୍ଡାରରେ ତାଲା ପଡିଯାଇଥିବା ପୁରୁଖା ଚାଷୀମାନେ ପ୍ରକାଶ କରିଛନ୍ତିI ସମବାୟ ସମିତିର ଦାୟିତ୍ୱ ହୀନତା ଯୋଗୁଁ ଶୀତଳ ଭଣ୍ଡାରର ମୂଲ୍ୟବାନ ଯନ୍ତ୍ରାଂଶ ସବୁ ଲୁଟ ହୋଇ ଅନ୍ୟତ୍ର ବିକ୍ରୟ କରାଯାଇଥିବାର ଅଭିଯୋଗ ହେଉଛିI ଶୀତଳ ଭଣ୍ଡାର ଅଧୀନରେ ଥିବା ଜମିଜମା ଏବେ ଜବରଦଖଲ କାରୀଙ୍କ କବଜାରେ ଥିବା ଓ ପୌର ପରିଷଦ କିଛି ଜମି ଜବରଦଖଲ କରି ଶୌଚାଳୟ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛିI ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ସମବାୟ ସମିତି ଲିଃ କର୍ତୃପକ୍ଷ ତରଫରୁ କୌଣସି ପ୍ରକାର ଦାୟିତ୍ୱ ନିଆନ ଯିବା ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରୁଛିI

ଏହି ଖବର ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୮ ଶୀତଳ ଭଣ୍ଡାର

ଏହି ଶୀତଳ ଭଣ୍ଡାର ଜିଲାରେ ଏକମାତ୍ର ହୋଇଥିବା ବେଳେ ସମଗ୍ର ଜିଲ୍ଲା ସମେତ ଘୁ.ଉଦୟଗିରି, ଟିକାବାଲି, ଚକାପାଦ, ରାଇକିଆ ଏବଂ ଦାରିଙ୍ଗବାଡିର ଚାଷୀ ବିଗତ ଦିନରେ ନିର୍ଭର କରି ଆସୁ ଥିଲେI ଅଞ୍ଚଳର ଚାଷୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ୧୨ହଜାର ମେଟ୍ରିକଟନ କ୍ଷମତା ବିଶିଷ୍ଟ ଏହି ଶୀତଳ ଭଣ୍ଡାରକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଗଲେ ସମଗ୍ର ଚାଷୀ ଭାଇଙ୍କ ବହୁ ମୂଲ୍ୟବାନ ଉତ୍ପାଦିତ ଫସଲ  ନଷ୍ଟ ନ ହୋଇ ସୁରକ୍ଷିତ ହୋଇ ରହି ପାରିଥାନ୍ତା ବୋଲି ସାଧାରଣରେ ଦାବୀ ଜୋର ହେଉଛିI ସ୍ଥାନୀୟ ଅଞ୍ଚଳରେ ଆଳୁ ମିଶନ ଠିକ ଭାବେ କାର୍ଯ୍ୟ କରୁ ଥିଲେ ମଧ୍ୟ ଏକ ଶୀତଳ ଭଣ୍ଡାର ଅଭାବରୁ କମ ଦରରେ ବିକ୍ରୟ କରି କ୍ଷତି ସହୁଛନ୍ତି ଏହି ଅଞ୍ଚଳର ଚାଷୀମାନେ।ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ପରିମାଣର ଆଳୁ, ବିନସ, ଟମାଟୋ, ବନ୍ଧା କୋବି, ଦେଶୀ ଆଳୁ,ଆମ୍ବ ଅଦା, କଖାରୁ ଆଦାୟ ହେଉଥିଲେ ମଧ୍ୟ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ସେଇ ସାମଗ୍ରୀ ଗୁଡିକୁ ନଷ୍ଟ ହେବା ଭୟରେ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଏହି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଶୀତଳ ଭଣ୍ଡାରର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ସଂଗଠନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରିଛନ୍ତି।

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ