ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଅନ୍ତର୍ଗତ ମଙ୍ଗଳବାର ସନ୍ଧ୍ୟା ୭ଟାର ବଘିଆପଡ଼ା-ଶଗଡ଼ା ରାସ୍ତାର ଆମ୍ବଝରୀ ଗ୍ରାମ ପଞ୍ଚାୟତ ଗୌନ୍ଦିସର ଗ୍ରାମ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି l ମୃତ ବ୍ୟକ୍ତି ହେଲେ ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କ ଝିଅ ଲିପ୍ସା ଝାଙ୍କର।
ମିଳିଥିବା ସୂଚନା ଅନୁଯାୟୀ ଟିକରପଡ଼ା ଗ୍ରାମପଞ୍ଚାୟତ ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲ୍ଲିକ ଡିଲେଜୁ ଗ୍ରାମର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେଇ ପରିବାର ସହ ନିଜ ଘରକୁ ଫେରୁ ଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଗୌନ୍ଦିସର ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗଜେନ୍ଦ୍ର ମଲ୍ଲିକ, ତାଙ୍କ ପତ୍ନୀ ଓ ତିନି ଶିଶୁକନ୍ୟା ଗୁରୁତର ଆହତ ହୋଇଥିଲେ।
ସେହିପରି ଅନ୍ୟ ବାଇକରେ ଗୋଛାପଡ଼ା ଗ୍ରାମର ସଂଜୀବ ବାଘ, ଯଶୋବନ୍ତ ବାଘ, ଗୋବିନ୍ଦ ଝାଙ୍କର ଓ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଦୁଇଟି ୧୦୮ ଆମ୍ବୁଲାନ୍ସ୍ ଯୋଗେ ସମସ୍ତଙ୍କୁ ବୌଦ୍ଧ ଡାକ୍ତରଖାନା ଅଣା ଯାଇଥିଲା। ଡାକ୍ତର ପରୀକ୍ଷା କରି ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କ ୮ ବର୍ଷର ଝିଅ ଲିପସା ଝାଙ୍କରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସlଧୀନ ଥିବା ସୂଚନା ମିଳିଛିl ବୌଦ୍ଧ ପୁଲିସ ଡାକ୍ତରଖାନାରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Accident | Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/27/WtT7VfB8x1XHha0p8951.jpg)