ଜଗତସିଂହପୁର: ପୁଲିସ ହାତରେ ପୁଣି ବ୍ରାଉନସୁଗାର ବେପାରୀ ଧରା ପଡ଼ିଛନ୍ତି। ଏଥର ବାପ-ପୁଅ ଗିରଫ ହୋଇଛନ୍ତି। ଗିରଫ ବ୍ରାଉନସୁଗାର ବେପାରୀ ହେଲେ ଜଗତସିଂହପୁର ଥାନା ଇଟାପଡ଼ାର ନିରଞ୍ଜନ ମହାନ୍ତି(୫୮) ଓ ପୁଅ ପବିତ୍ର ମହାନ୍ତି ଓରଫ୍ ପପୁ(୨୮)। ସେମାନଙ୍କ ଠାରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସେହିପରି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ଇଟାପଡ଼ାରେ ଥିବା ଏକ ଦୋକାନରେ ବାପ-ପୁଅ ବ୍ରାଉନସୁଗାର ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ପପୁ ନାଁରେ ୨୦୧୬ ମସିହାରେ ଜଗତସିଂହପୁର ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରହିଥିବା ଏସଡିପିଓ ଆଜିଙ୍କ୍ୟା ମାଣେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Jagatsinghpur | Odisha police
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/09/jagatsingpur-2025-09-09-21-27-50.jpg)