ପିପିଲି: ପୁରୀଜିଲ୍ଲା ପିପିଲି ଥାନା ପୋଟଳ ଗାଁରେ ଆଜି ରାତି ପ୍ରାୟ ୮ଟାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ବନ୍ଦ କୋଠରୀରୁ ବାପା ଓ ତାଙ୍କ ୨ବର୍ଷର ନିଷ୍ପାପ ଶିଶୁପୁତ୍ରର ଶବ ଉଦ୍ଧାର କରିଛି। ଏହି ହୃଦୟ ବିଦାରକ ଘଟଣା ଅଂଚଳବାସୀଙ୍କୁ ମ୍ରୀୟମ୍ରାଣ କରିଛି। ମୃତକ ହେଉଛନ୍ତି ଉକ୍ତ ଗାଁର ଦୀପକ କୁମାର ପାଣି(୩୦) ଓ ତାଙ୍କର ୨ବର୍ଷର ଶିଶୁପୁତ୍ର।ପାରିବାରିକ କଳହରୁ ଏହି ନାରକୀୟ ଘଟଣା ଘଟିଥିବା କୁହାଯାଉଛି।
ପୁଲିସ ସୂଚନା ଅନୁସାରେ ଉକ୍ତ ଗାଁର ଦାଶରଥି ପାଣିଙ୍କର ପୁଅ ଦୀପକ ୫ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ପତ୍ନୀ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ଘର ସହ ସମ୍ପର୍କ ତିକ୍ତ ହୋଇଥିଲା। ଫଳରେ ଦୀପକ ଘର ନିକଟରେ ଅନ୍ୟତ୍ର ଏକ ଆଜବେଷ୍ଟସ ଘର କରି ରହୁଥିଲେ। କୌଣସି କାରଣରୁ ଆଜି ପତ୍ନୀ ଘରୁ ନିଜ ବାପଘର କେନ୍ଦ୍ରାପଡ଼ାକୁ ଚାଲିଯାଇଥିଲେ।
ଦୀପକ ପତ୍ନୀଙ୍କର ଲୁଗାରେ ପ୍ରଥମେ ନିଜ ଶିଶୁ ପୁତ୍ରର ବେକକୁ ବାନ୍ଧି ଫାଶୀ ଦେବା ପରେ ନିଜେ ମଧ୍ୟ ଉକ୍ତ ଲୁଗାରେ ବେକକୁ ବାନ୍ଧି ଘର ଓରାରେ ଝୁଲି ପଡ଼ିଥିବା ପୁଲିସ ସୁତ୍ରରୁ ଜଣାଯାଇଛି।
ଖବରପାଇ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି। ପୁରୀରୁ ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ରବିବାର ଶବ ବ୍ୟବଛେଦ ପାଇଁ ପୁରୀ ପଠାଯିବ।
puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/26/suicide-2025-07-26-22-16-30.jpg)