ମହାକାଳପଡ଼ା: ସମୁଦ୍ରକୁ ଡ଼ଙ୍ଗା ନେଇ ମାଛ ଧରିବାକୁ ଯାଇଥିବା ଗୋଟିଏ ପରିବାରର ବାପା ଓ ପୁଅ ବଜ୍ରପାତର ଶିକାର ହୋଇଥିବା କୁହାଯାଉଛି। ସମୁଦ୍ର ମଧ୍ୟରେ ବରୁଣେଇ ମୁହାଣ ଓ ଅଗରନାସିର ମଧ୍ୟବର୍ତ୍ତୀ ସ୍ଥଳରେ ଆଜି ଡ଼ଙ୍ଗାଟି ଭାସୁଥିବା ବେଳେ ସେଥିରେ କେବଳ ବାପାର ମୃତଦେହ ପଡିଥିବା ବେଳେ ପୁଅ ନିଖୋଜ ଥିବାର ଦେଖିବାକୁ ମିଳିଥିଲା।
ଘଟଣାରୁ ପ୍ରକାଶ ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ତନ୍ତିଆପାଳ ଗ୍ରାମର ବିଜୟ ପରିଡା (୪୫) ଓ ତାଙ୍କର ପୁଅ ମାନସ (୧୭) ଗତ୨୦ ତାରିଖରେ ତନ୍ତିଆପାଳ ମାଛଧରା ଜେଟି ନିକଟରୁ ଦିନ ପ୍ରାୟ ୨ଟା ସମୟରେ ନିଜର ଏକ ଛୋଟ ଯନ୍ତ୍ରଚାଳିତ ଡ଼ଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ତେବେ ସେ ସମୁଦ୍ରରେ ବରୁଣେଇ ମୁହାଣ ଓ ଅଗରନାସିର ମଧ୍ୟବର୍ତ୍ତିସ୍ଥଳରେ ମାଛ ଧରୁଥିବା ବେଳେ ସେହି ଦିନ ଅପରାହ୍ନ ପ୍ରାୟ ସାଢେ ୫ ଟା ସମୟରେ ଜୋରରେ ଘଡଘଡି ସହିତ ବର୍ଷା ହୋଇଥିଲା। ସମ୍ଭବତଃ ବଜ୍ରପାତ ସଂସ୍ପର୍ଶରେ ଆସି ବିଜୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ମାନସ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି। ତେବେ ଡ଼ଙ୍ଗାଟି ସମୁଦ୍ରରେ ଭାସୁଥିବା ବେଳେ ଗତକାଲି ସେହି ବାଟଦେଇ ମାଛ ଧରି ଘରକୁ ଫେରୁଥିବା ଅନ୍ୟାନ୍ୟ ମତ୍ସ୍ୟଜୀବୀମାନେ ବିଜୟଙ୍କୁ ମୃତ ଅବସ୍ଥାରେ ତାଙ୍କ ଡ଼ଙ୍ଗାରେ ପଡିଥିବାର ଦେଖିବାକୁ ପାଇଥିଲେ।
ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ତନ୍ତିଆପାଳ ଗ୍ରାମର ବିଜୟ ପରିଡା (୪୫) ଓ ତାଙ୍କର ପୁଅ ମାନସ (୧୭) ଗତ୨୦ ତାରିଖରେ ତନ୍ତିଆପାଳ ମାଛଧରା ଜେଟି ନିକଟରୁ ଦିନ ପ୍ରାୟ ୨ଟା ସମୟରେ ନିଜର ଏକ ଛୋଟ ଯନ୍ତ୍ରଚାଳିତ ଡ଼ଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ତେବେ ସେ ସମୁଦ୍ରରେ ବରୁଣେଇ ମୁହାଣ ଓ ଅଗରନାସିର ମଧ୍ୟବର୍ତ୍ତିସ୍ଥଳରେ ମାଛ ଧରୁଥିବା ବେଳେ ସେହି ଦିନ ଅପରାହ୍ନ ପ୍ରାୟ ସାଢେ ୫ ଟା ସମୟରେ ଜୋରରେ ଘଡଘଡି ସହିତ ବର୍ଷା ହୋଇଥିଲା। ସମ୍ଭବତଃ ବଜ୍ରପାତ ସଂସ୍ପର୍ଶରେ ଆସି ବିଜୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ମାନସ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି। ତେବେ ଡ଼ଙ୍ଗାଟି ସମୁଦ୍ରରେ ଭାସୁଥିବା ବେଳେ ଗତକାଲି ସେହି ବାଟଦେଇ ମାଛ ଧରି ଘରକୁ ଫେରୁଥିବା ଅନ୍ୟାନ୍ୟ ମତ୍ସ୍ୟଜୀବୀମାନେ ବିଜୟଙ୍କୁ ମୃତ ଅବସ୍ଥାରେ ତାଙ୍କ ଡ଼ଙ୍ଗାରେ ପଡିଥିବାର ଦେଖିବାକୁ ପାଇଥିଲେ।
ପରେ ସେମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ତନ୍ତିଆପାଳ ଥାନା ଓ ବନ ବିଭାଗକୁ ସୂଚନା ପ୍ରଦାନ ପରେ ପୁଲିସ ଓ ବନବିଭାଗର ମିଳିତ ଉଦ୍ୟମ କ୍ରମେ ମୃତ ବିଜୟ ଓ ତାର ମାଛ ଧରା ଡ଼ଙ୍ଗାକୁ ଉଦ୍ଧାର କରି ତନ୍ତିଆପାଳ ମାଛଧରା ଜେଟି ନିକଟକୁ ଅଣାଯାଇଥିଲା। କିନ୍ତୁ ମାନସର କୌଣସି ସନ୍ଧାନ କରିବାରେ ବନ ବିଭାଗ ଓ ପୁଲିସ ବାହିନୀ ସକ୍ଷମ ହୋଇପାରିନଥିଲେ। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ବିଜୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।