ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଛଟେନପାଲି ନିକଟ ଫଲସାପଡ଼ାରେ ଜଘନ୍ୟ କାଣ୍ଡ। ଶନିବାର ରାତିରେ ଶୋଇଥିବା ବାପାଙ୍କୁ ପିଟି ପିଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବାପା ପିକନାଥ ସା(୬୩)। ଅଭିଯୁକ୍ତ ପୁଅ ଦୀପକ ସା (୩୨)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ବିବାହିତ ଦୀପକ ପ୍ରତିଦିନ ମଦ ପିଇ ଘରେ ଝଗଡ଼ା, ମାଡ଼ପିଟ କରି ଆସୁଥିଲା। ସେହି କାରଣରୁ ତା’ସ୍ତ୍ରୀ ବାପା ଘରକୁ ଚାଲି ଯାଇଥିଲେ। ଘରେ ବାପପୁଅ ରହୁଥିଲେ। ଶନିବାର ରାତିରେ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଆସି ଶୋଇଥିବା ବାପାଙ୍କୁ ପିଟି ଶୋଇ ପଡ଼ିଥିଲା। ରବିବାର ସକାଳୁ ଉଠି ଘରେ ତାଲା ଦେଇ କୁଆଡ଼େ ଚାଲି ଯାଇଥିଲା। ଅପରାହ୍ନ ୩ଟାରେ ଘରକୁ ଫେରି ତାଲା ଖୋଲିଲା ବେଳକୁ ପଡ଼ା ଲୋକେ ପିକନାଥଙ୍କ ମୃତ୍ୟୁ ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇ ଲେଫ୍ରିପଡ଼ା ଥାନା ଅଧିକାରୀ ଗଗନ ବିହାରୀ ନାୟକ ତାଙ୍କ ଟିମ୍ ସହ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବାବେଳେ ଦୀପକକୁ ଅଟକ ରଖି ପଚରାଉଚରା କରୁଛନ୍ତି। ତେବେ ଏଯାଏ ଥାନାକରେ କେହି ଏତଲା ଦେଇ ନଥିବାରୁ କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/wjeaSbr2MYAFD9CZz7El.jpg)