ଚିତ୍ରକୋଣ୍ଡା: ବାପାର ଛୁରାମାଡ଼ରେ ପାଞ୍ଚ ବର୍ଷର ଶିଶୁ କନ୍ୟା ମୃତ। ଏଭଳି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଂଚାୟତର ଆର ଏ ସି ୧୪ ନଂ ଗ୍ରାମରେ।.ଆଜି ସକାଳେ ପିତା ସଂଜୀବ ଭତ୍ରା ନିଜ ପାଞ୍ଚ ବର୍ଷର ଝିଅ ଖେଳୁଥିବା ସମୟରେ ହଠାତ ପାଖରେ ପଡ଼ିଥିବା ଛୁରୀକୁ ପେଟରେ ଭୁସି ଦେଇଥିଲା।. ଝିଅର ଚିତ୍କାର ଶୁଣି ମା ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଗ୍ଲେସି ଭତ୍ରା ପଡ଼ିଛି।
ତୁରନ୍ତ ସାହି ପଡ଼ିଶାଙ୍କ ସହାୟତାରେ ଗ୍ଲେସୀଙ୍କୁ ଚିତ୍ରକୋଣ୍ଡା ମେଡିକାଲ ଅଣାଯାଇଥିଲା ଡାକ୍ତର ଗ୍ଲେସୀଙ୍କୁ ମୃତ ଘୋଷଣା କରିଛନ୍ତି। ଗ୍ଲେସିଙ୍କ ଅଜାଙ୍କ କହିବାନୁଯାଇ ସଂଜୀବ ଭତ୍ରା ଦ୍ୱତୀୟ ସ୍ତ୍ରୀଙ୍କ କଥାରେ ନାତୁଣୀକୁ ହତ୍ୟା କରିଛି। ଘଟଣା ସ୍ଥଳରୁ ସଂଜୀବ ଭତ୍ରା ଫେରାର ହୋଇଯାଇଥିବା ବେଳେ ଚିତ୍ରକୋଣ୍ଡା ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/16/YoN4zIVZ0yk5uFZMyYjw.jpg)