ମୋତ: ଭଦ୍ରକଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ କୃଷିକାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ସେହି ଅନୁସାରେ ରସାୟନିକ ସାରାର ଆବଶ୍ୟକତା ମଧ୍ୟ ରହିଛି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାର ବ୍ୟବସାୟୀ ତତ୍ପର ହୋଇ ଉଠିଛନ୍ତି। ଫଳରେ ବଜାରରେ ସାରର କୁତ୍ରିମ ଅଭାବ ସୃଷ୍ଟି ଦେଖାଯାଉଛି। 

Advertisment

ବିଭିନ୍ନ ସ୍ଥାନରେ ବେଆଇନ ଭାବେ ସାର ମହଜୁଦ୍‌ ରଖିବା ସହ ଜଳପଥ ଦେଇ ପଡ଼ୋଶୀ କେନ୍ଦ୍ରପଡ଼ା ଜିଲ୍ଲାକୁ ଚାଲାଣ ହେଉଛି ସାର। ତା ସହିତ ନକଲି ସାର ବିକ୍ରି କରି ମାଲେମାଲ ହେଉଛନ୍ତି ବ୍ୟବସାୟୀ। ଗତକାଲି ଚାନ୍ଦବାଲି ପାଞ୍ଚପଡ଼ାର ବବି ଫଟଲାଇଜର ମାଲିକ ଅମୂଲ୍ୟ କୁମାର ଦାସ ଦୁଇଟି ଡଙ୍ଗାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ବସ୍ତା ୟୁରିଆ, ପଟାସ, ଡିଏପି, ଗ୍ରୋମର ଆଦି ନକଲି ସାର କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ, ରଙ୍ଗଣୀ ଆଦି ସ୍ଥାନକୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ସାର କେଉଁଠୁ ଆସିଲା, କେଉଁ ସ୍ଥାନକୁ ଯାଉଛି ପଚାରିବାରୁ ଡଙ୍ଗା ଚାଳକ ସଠିକ ଉତ୍ତର ଦେଇ ପାରି ନଥିଲେ।

ଏ ସମ୍ବନ୍ଧରେ ସ୍ଥାନୀୟ ତହସିଲଦାରଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଯୋଗ କରିଥିଲେ ମଧ୍ୟ ସଠିକ ସମୟରେ ଘଟଣାସ୍ଥଳରେ ନ ପହଞ୍ଚିବା ଯୋଗୁଁ ଡଙ୍ଗା ଚାଳକ ଡଙ୍ଗା ନେଇ ଚମ୍ପଟ ମାରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ବବି ଫଟଲାଇଜର ରିଟେଲର ବିକ୍ରେତା ହୋଇଥିବା ବେଳେ କେମିତି ହୋଲସେଲ କାରବାର କରୁଛନ୍ତି ପୁଣି ଜିଲ୍ଲା ବାହାରକୁ। ଏଥିରେ ସ୍ଥାନୀୟ ପ୍ରଶାସନର ସହଯୋଗ ନାହିଁ ତ? ପ୍ରତିଦିନ ନଦୀପଥରେ ଏମିତି ଘଟଣା ଘଟୁଥିବା ବେଳେ ପ୍ରଶାସନ ଜାଣି ନ ଜାଣିଲା ପରି ରାସ୍ତା ପାଖିଆ କିଛି ଛୋଟ ଛୋଟ ବ୍ୟବସାୟୀଙ୍କୁ ଧରି ବଡ଼ବଡ଼ ବ୍ୟବସାୟୀଙ୍କୁ ସହଯୋଗ କରୁଥିବା ଆଲୋଚନା ହେଉଛି। ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ଜିଲ୍ଲାକୁ ଚୋର ଚାଲାଣ କରୁଥିବା ବବି ଫଟଲାଇଜର ଉପରେ ଆଗାମୀ ଦିନରେ ପ୍ରଶାସନ କଣ ନେଉଛି କାର୍ଯ୍ୟାନୁଷ୍ଠାନ।

Nabarangpur | Farmers